fbpx

୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍ କନସେନଟ୍ରେଟର୍ କିଣିବା ନେଇ ମଞ୍ଜୁରୀ ପ୍ରଦାନ କଲେ ମୋଦୀ

ନୂଆଦିଲ୍ଲୀ,୨୮ ।୪ (ଓଡ଼ିଶା ଭାସ୍କର)  : ଦେଶରେ କରୋନା ମହାମାରୀର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବରେ ଶହ ଶହ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ସେଥିରେ ଦେଶରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବିଷୟରେ ବରିଷ୍ଠ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । ସେ ଆଜି ପିଏମ୍ କେୟାର ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍ କନସେଟ୍ରେଟର୍ କିଣିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏନେଇ ସେ ଆଜି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅକ୍ସିଜେନ୍ କନସେଟ୍ରେଟର୍ ଶୀଘ୍ର କିଣାଯିବା ଦରକାର ଏବଂ ଯେଉଁ ଯେଉଁ ସ୍ଥାନରେ ଏହାର ଅଧିକ ଆବଶ୍ୟକତା ରହିଛି ସେହି ସବୁ ସ୍ଥାନକୁ ପହଞ୍ଚିବା ଦରକାର । ଏଥିସହିତ ପିଏମ୍ କେୟାର ଫଣ୍ଡରୁ ୫୦୦ଟି ନୁଆ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟକୁ ଅନୁମୋଦନ ଦିଆଯାଇଛି । ଏହାପୁର୍ବରୁ ମଧ୍ୟ ୭୧୩ ଟି ପିଏସଏ ପ୍ଲାଣ୍ଟକୁ ମଞ୍ଜୁରୀ ଦିଆଯାଇଛି । ଅନେକ ରାଜ୍ୟରେ ଅକ୍ସିଜେନ୍ ଅଭାବରେ ଦେଖାଦେଇଥିବାରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶକୁ ୨୦୨ ମେଟ୍ରିକ୍ ଟନ୍ ମେଡିକାଲ୍ ଅକ୍ସିଜେନ୍, ମହାରାଷ୍ଟ୍ରକୁ ୧୭୪ ମେଟ୍ରିକ୍ ଟନ୍, ଦିଲ୍ଲୀକୁ ୭୦ ମେଟ୍ରିକ୍ ଟନ୍ ଏବଂ ମଧ୍ୟପ୍ରଦେଶକୁ ୬୪ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି ।


ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୩ ଲକ୍ଷ ୬୦ ହଜାର ୯୬୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୮ ହଜାର ୭୦୯ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୪୮ ଲକ୍ଷ ୧୭ହଜାର ୩୭୧ରେ ପହଞ୍ଚିଛି ।

Get real time updates directly on you device, subscribe now.