fbpx

କରୋନା ଭୟ: ସୂର୍ଯ୍ୟୋଦୟ ପୂର୍ବରୁ ଗାଁ ଛାଡୁଛନ୍ତି ଗାମବାସୀ, ରାତିରେ ଫେରୁଛନ୍ତି ଗାଁକୁ

ମଧ୍ୟପ୍ରଦେଶ, ୨୮/୦୪: ମଧ୍ୟପଦେଶ-ରାଜସ୍ଥାନ ସୀମା ନିକଟ ଝାଲାୱାଡ ଜିଲ୍ଲାର ଗାଁ ମାନଙ୍କରେ କରୋନାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ । ପରିସ୍ଥିତି ଏଭଳି ହୋଇଛି ଗ୍ରାମବାସୀମାନେ ଭୟରେ ଜଙ୍ଗଲକୁ ପଳେଇଯାଉଛନ୍ତି । ଏଭଳି ବିପଦ ସମୟରେ ପୁରାତନ ବିଶ୍ୱାସକୁ ମାନ୍ୟତା ଦେଇ ଗ୍ରାମବାସୀମାନେ ଦିନରେ ଜଙ୍ଗଲରେ ରହୁଛନ୍ତି, ସେଠାରେ ଖାଉଛନ୍ତି, ଏବଂ ରାତିରେ ଗାଁକୁ ଫେରୁଛନ୍ତି । ଏହା ପୂର୍ବରୁ କାହାରିକୁ ବି ଗାଁ ଭିତରକୁ ପଶିବାକୁ ଅନୁମତି ଦିଆଯାଉନାହିଁ ।

କରୋନାର ଦ୍ୱିତୀୟ ଲହରରେ ଝାଲାବାଡ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲାରେ ମଙ୍ଗଳବାର ୫୦୫ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି । ଫଳରେ ଏହାକୁ ନେଇ ଗ୍ରାମୀଣ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟିହୋଇଛି ।
ସୂଚନା ଅନୁସାରେ ଜିଲ୍ଲାର ଦାଗ ଅଞ୍ଚଳରେ ଗ୍ରାମୀଣ କ୍ଷେତ୍ରରେ କରୋନାରୁ ବର୍ତ୍ତିବା ପାଇଁ ଅଞ୍ଚଳର ଲୋକମାନେ ଚିକିତ୍ସା କରିବା ବଦଳରେ ଅନ୍ୟାନ୍ୟ ଉପାୟ ଆପଣାଉଛନ୍ତି । ଏହାକୁ ନେଇ ବିଭିନ୍ନ ଗାଁର ଲୋକମାନେ ଗାଁ ଛାଡି ଜଙ୍ଗଲରେ ରହୁଛନ୍ତି, ସେଠାରେ ଖାଉଛନ୍ତି । ଜଙ୍ଗଲରେ ଦିନସାରା ହୋମ ଯଜ୍ଞ ପୂଜାର୍ଚ୍ଚନା କରଛନ୍ତି । ସେମାନେ ସୂର୍ଯ୍ୟୋଦୟ ପୂର୍ବରୁ ଗାଁ ଛାଡି ଜଙ୍ଗଲକୁ ଯାଉଛନ୍ତି ଏବଂ ସୂର୍ଯ୍ୟାସ୍ତ ପରେ ଗାଁକୁ ଫେରୁଛନ୍ତି ।

ଗାମବାସୀମାନେ ଏଭଳି କରିବାକୁ ତାଙ୍କୁ ‘ଦେବୀ ମା’ କହିଥିବା ନେଇ ପ୍ରତ୍ରିକ୍ରିୟା ରଖିଛନ୍ତି । ଏହି ଆୟୋଜନ ସମୟରେ କେହିବି ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ଗାଁର ଯୁବକମାନେ ଗାଁର ସୀମାରେ ପହରା ଦେଉଛନ୍ତି । କରୋନା କାଳରେ ମଧ୍ୟ ଗାଁର ବାହାରେ ମନ୍ଦିର ମାନଙ୍କରେ ହୋମ ଯଜ୍ଞ କରାଯାଇଛି । ଗାଁର ମହିଳାମାନେ ଜଙ୍ଗଲରେ ହିଁ ଖାଇବା ତିଆରି କରୁଛନ୍ତି ଏବଂ ଭଜନ କୀର୍ତ୍ତନ କରି କରୋନାକୁ ଦୂରେଇବା ପାଇଁ ପ୍ରାର୍ଥନା କରୁଛନ୍ତି ।

Get real time updates directly on you device, subscribe now.