fbpx

କମିଲା କୋଭିସିଲଡ୍ ଟିକାର ଦାମ୍

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : କମିଲା କୋଭିସିଲଡ ଟିକା ଦର । କୋଭିସିଲଡ ଟିକାର ଦାମ୍ ୪ ଶହରୁ ୩ ଶହ ଟଙ୍କାକୁ କମ୍ କରାଯାଇଛି । ୧୦୦ ଟଙ୍କା ଦର କମାଇବା ନେଇ ଘୋଷଣା କରିଛି ସିରମ ଇନଷ୍ଟିଚ୍ୟୁଟ୍ । ରାଜ୍ୟଗୁଡିକ ପାଇଁ କୋଭିସିଲଡ୍ ଟିକାର ଦର କମ୍ କରିଛି ସିରମ ଇନଷ୍ଟିଚ୍ୟୁଟ୍ । ପୂର୍ବରୁ ରାଜ୍ୟମାନଙ୍କ ଲାଗି କୋଭିସିଲଡ୍ ୪ ଶହ ଟଙ୍କା ଘୋଷଣା ହୋଇଥିଲା । ତେବେ ଘରୋଇ ହସ୍ପିଟାଲ ପାଇଁ ୬ ଶହ ଟଙ୍କା ଦର ଅପରିବର୍ତ୍ତି ରହିଛି । ଦର ହ୍ରାସ ନେଇ ସିରମ CEO ଆଦର ପୁନାୱାଲା ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ ୨୪ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଦିନକରେ ଆଉ ନୂଆ ୮ ହଜାର ୩୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।

Get real time updates directly on you device, subscribe now.