fbpx

ସୁଟିଂ ସେଟରେ ଝାଳ ବୁହାଉଛନ୍ତି ସଲମାନ ଏବଂ ଦିଶା, ଦେଖନ୍ତୁ ଭିଡିଓ

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର)  : ଭାଇଜାନ୍ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ:ଦ ମୋଷ୍ଟ ୱାଣ୍ଟେଡ୍ ଭାଇ” ର ଗୀତ “ସିଟି ମାର୍” ଗୀତ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏଥିରେ ସଲମାନ୍ ଏବଂ ଦିଶା ପଟାନୀ ଦମଦାର୍ ଡାନ୍ସ କରୁଥିବା ନଜର ଆସିଥିବା । ତେବେ “ସିଟି ମାର୍” ଗୀତ ଟି ପୁର୍ବରୁ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଫିଲ୍ମ “ଡିଜେ’ରେ କରିସାରିଛନ୍ତି । ଏହି ଗୀତକୁ ରାଧେ ଫିଲ୍ମରେ ହିନ୍ଦୀରେ ରିମେକ୍ କରାଯାଇଛି ।

ଫିଲ୍ମ ଡିଜେ ରେ ଅଲ୍ଲୁ ଅର୍ଜୁନ୍ ଏବଂ ପୁଜା ହେଗଡେ ନଜର ଆସିଥିଲେ । ତେବେ ସଲମାନ୍ ଏବେ ନିଜ ଫିଲ୍ମରେ ଏହି ଗୀତଟିକୁ ରଖିଛନ୍ତି । ରିଲିଜ୍ ପରେ ଏହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏବେ ଏହାର ଏକ ବିଟିଏସ୍ ଭିଡିଓ ସାମନାକୁ ଆସିଛି । “ସିଟି ମାର୍” ଗୀତର ସୁଟିଂ ସେଟ୍ ରେ ଦୁହେଁ ଖୁବ୍ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଆହୁରି ମଧ୍ୟ ସଲମାନ ଏବଂ ଦିଶା ସୁଟିଂ ସମୟର କିଛି ମୁହୁର୍ତ୍ତ ସେୟାର କରିଛନ୍ତି ।

ବିଟିଏସ୍ ଭିଡିଓରେ ପ୍ରଭୁ ଦେବା କହିଛନ୍ତି ଯେ, ସଲମାନ ଏହି ଗୀତ ପାଇଁ ଅନେକ ଗୁଡିଏ କଠିନ ଡାନ୍ସିଂ ଷ୍ଟେପ୍ ମଧ୍ୟ କରିଛନ୍ତି । ଦିଶା ବି ଖୁବ୍ ପରିଶ୍ରମ କରିଛନ୍ତି ସବୁ ଷ୍ଟେପ୍ କୁ ପୁରା କରିବା ପାଇଁ ।

ସେ ଆହୂରି ମଧ୍ୟ ଚାହୁଁଥିଲେ ଯେ ସଲମାନ ଏବଂ ଦିଶା ମିଶିକି ଡାନ୍ସ କରନ୍ତୁ । ଆଉ ତାହା ଏହି ଫିଲ୍ମ ରେ ହେଲା ମଧ୍ୟ । ଆଉ ସଲମାନ ମଧ୍ୟ ଯାହା ବି ଷ୍ଟେପ୍ ହେଉ ନା କାହିଁକି ସବୁ ଖୁବ୍ ସହଜରେ କରିଦେଉଛନ୍ତି । ତେବେ ଏହି ଟ୍ରାକ୍ ର ହୁକ୍ ଷ୍ଟେପ୍ ଭାଇରାଲ୍ ହେଉଛି । ସେହିପରି ଦିଶା ମଧ୍ୟ କହିଛନ୍ତି ଯେ, କିଛି ଷ୍ଟେପ୍ ବହୁତ କଠିନ ଥିଲା । କିନ୍ତୁ ସେସବୁ କୁ ସେ କରି ଦେଖାଇଥିଲେ ।


ତେବେ ଏହି ଗୀତକୁ କମଲ୍ ଖାନ୍ ଏବଂ ଲୁଲିଆ ଭଣ୍ଟୁର୍ ଗାଇଛନ୍ତି । ଆଉ ଏହି ଟ୍ରାକ୍ କୁ କମ୍ପୋଜ୍ କରିଛନ୍ତି । ରକଷ୍ଟାର୍ ତଥା ସଙ୍ଗୀତକାର ଦେବୀ ଶ୍ରୀ ପ୍ରସାଦ । ଫିଲ୍ମରେ ଅନେକ ବଡ ବଡ କଳାକାର ନଜର ଆସିବେ । ଯେମିତିକି ରଣଦୀପ ହୁଡା, ଜ୍ୟାକି ଶ୍ରଫ୍ । ଏମାନେ ଫିଲ୍ମରେ ମହତ୍ୱପୁର୍ଣ୍ଣ ଭୂମିକା ନିଭେଇଛନ୍ତି ।

Get real time updates directly on you device, subscribe now.