fbpx

ଭୁବନେଶ୍ୱର ମାର୍କେଟ ବିଲଡିଂ ସିଲ୍

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର)  : କରୋନା କଟକଣାକୁ ଫୁ କରି ଚାଲିଥିଲା ମାର୍କେଟିଂ । ହେଲେ ଆଜି ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ୨ ନମ୍ବର ମାର୍କେଟ ବିଲଡିଂ କୁ ସିଲ୍ କରିଦିଆଯାଇଛି । ତେବେ ଏହାକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦିଆଯାଇଛି । ଏନେଇ ଆଜି ବିଏମସି ଏବଂ ଡିସିପି ଜୋନାଲ୍ କମିଶନରଙ୍କ ଉପସ୍ଥିତିରେ ମାର୍କେଟକୁ ସିଲ୍ କରାଯାଇଛି । ଏହି ୪୮ ଘଣ୍ଟା ବାଦ୍ ସପ୍ତାହାନ୍ତ ସଟଡାଉନକୁ ମିଶାଇ ଆସନ୍ତା ସୋମବାର ମାର୍କେଟ ଖୋଲିବ ବୋଲି ସୁଚନା ଦିଆଯାଇଛି । ତେବେ ଯାହା ସୁଚନା ରହିଛି ଖାଲି ମାର୍କେଟ ବିଲଡିଂ ନୁହେଁ ବରଂ ଏହାପରେ ସହରର ବିଭିନ୍ନ ମାର୍କେଟକୁ ବିଏମସି ଅଧିକାରୀ ମାନେ ବୁଲି ଦେଖିବେ । ଯେପରିକି ସହିଦ ନଗର ଏବଂ ବାପୁଜି ନଗର । ଏହି ସ୍ଥାନ ମାନଙ୍କରେ ଯଦି କଟକଣା ମାନୁନଥିବେ । ତାହେଲେ ସେହି ସବୁକୁ ମଧ୍ୟ ସିଳ୍ କରାଯିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.