fbpx

୬୦ ବର୍ଷ ବୟସରେ ପୁଣି ବିବାହ କଲେ ଅଭିନେତା ଗୋବିନ୍ଦା, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ମୁମ୍ବାଇ: ବଲିଉଡ଼ ଜଗତରେ ଗୋବିନ୍ଦାଙ୍କର (Govinda) ସ୍ୱତନ୍ତ୍ର ପରିଚୟ ରହିଛି। ପ୍ରତ୍ୟେକ ଭୂମିକାକୁ ବେଶ ନିପୁଣତାର ସହ ପରଦା ଉପରେ ତୁଲାଉଥିବା ଗୋବିନ୍ଦା ୮୦ ଓ ୯୦ ଦଶକର ସୁପରଷ୍ଟାର ଥିଲେ । ଅଭିନୟ ବ୍ୟତୀତ ତାଙ୍କର ଡ୍ୟାନ୍ସ ଓ କମେଡି଼ ମଧ୍ୟ ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖିଥାଏ। ଆଉ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଏହି ସୁପରଷ୍ଟାର। ଅନେକ ବର୍ଷ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଗୋବିନ୍ଦା ଟିଭି ରିଆଲିଟି ସୋ’ରେ ଆକ୍ଟଭି ରହିଛନ୍ତି । ତେବେ ନିକଟରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ଡ୍ୟାନ୍ସ ରିଅଲିଟି ସୋ ‘ଡ୍ୟାନ୍ସ ଦିୱାନେ ୪’ ର ସେଟରେ ମଧ୍ୟ ପହଞ୍ଚିଥିଲେ। ଏହି ଶୋ’କୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ଶେଟ୍ଟୀ ଜଜ୍‌ କରୁଛନ୍ତି। ଚଳିତ ଏପିସୋଡରେ ଗୋବିନ୍ଦା ୬୦ ବର୍ଷ ବୟସରେ ପୁଣିଥରେ ତାଙ୍କର ପ୍ରକୃତ ପ୍ରେମକୁ ବିବାହ କରିଥିବା ନଜର ଆସିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ସୂଚନା ଥାଉକି, ‘ଡ୍ୟାନ୍ସ ଦିୱାନେ ୪’ର ଆଗାମୀ ଏପିସୋଡ ବଲିଉଡର ଗୋବିନ୍ଦାଙ୍କୁ ଡେଡିକେଟ୍‌ କରାଯାଇଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ଶୋ’ରେ ପହଞ୍ଚିଛନ୍ତି। ଏହା ସହିତ କଲର୍ସ ଟିଭି ବର୍ତ୍ତମାନ ଏହି ଏପିସୋଡର ପ୍ରୋମୋ ରିଲିଜ କରିଛି। ପ୍ରୋମୋରେ ଏହା ଦେଖିବାକୁ ମିଳେ। ମାଧୁରୀ ଦୀକ୍ଷିତ କହିଛନ୍ତି ଯେ ଗୋବିନ୍ଦା ଜୀ, ତୁମେ କେବେ ବିବାହ କଲ ମୁଁ ଜାଣି ନଥିଲି। ଏହା ଶୁଣି ଅଭିନେତାଙ୍କ ସ୍ତ୍ରୀ ସୁନୀତା କହିଛନ୍ତି, ଦୁଃଖିତ ଯେ ଆମର ବିବାହର କୌଣସି ଫଟୋ ବି ନାହିଁ। ତେବେ ଏହାକୁ ନେଇ ମାଧୁରୀ କହିଛନ୍ତି, କୌଣସି ଫଟୋ ନାହିଁ, କୌଣସି ଅସୁବିଧା ନାହିଁ, ଏଠାରେ ବର ଏବଂ କନ୍ୟା ତ ଅଛନ୍ତି, ତେଣୁ ଆମେ ଆଜି ଆପଣଙ୍କ ବିବାହ କରାଇଦେବୁ। ଏହା ପରେ ମାଧୁରୀ ଦୀକ୍ଷିତ ଗୋବିନ୍ଦା ଏବଂ ସୁନୀଲ ସୁନୀତାଙ୍କୁ ଫୁଲମାଳ ଦେଇ ଷ୍ଟେଜରେ ବିବାହ କରାଇଛନ୍ତି। ତେବେ ସୁନୀତା ଏବଂ ଗୋବିନ୍ଦା ପରସ୍ପରର ବେକରେ ଫୁଲମାଳ ସହିତ ବହୁତ ନାଚିଛନ୍ତି ଏବଂ ଗୋବିନ୍ଦା ମଧ୍ୟ ତାଙ୍କ ସ୍ତ୍ରୀୀଙ୍କୁ ସ୍ନେହରେ ଆଲିଙ୍ଗନ କରିଛନ୍ତି।

Govinda and Sunita AhujaGovinda reveals why he remarried wife Sunita at the age of 49

ଏଠାରେ କହି ରଖୁ ଯେ, ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜା, ଦୁହେଁ ପ୍ରେମ ବିବାହ କରିଥଲେ। ତେବେ ଗୁପ୍ତରେ ବିବାହ କରି ଉଭୟ ତାଙ୍କ ବାହାଘର ଖବର ଏକ ବର୍ଷ ପର୍ୟ୍ୟନ୍ତ ଲୁଚାଇ ରଖିଥିଲେ। କାରଣ ସେ ଭୟ କରୁଥିଲେ ଯେ ବିବାହ ଯୋଗୁଁ ତାଙ୍କ କ୍ୟାରିୟର ପ୍ରଭାବିତ ହୋଇପାରେ।

Get real time updates directly on you device, subscribe now.