fbpx

OJS ନିଯୁକ୍ତି: ଓପିଏସସି ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ପୁଣି ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ତା’ର ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ସିଭିଲ ଜଜ୍ (ଜୁନିୟର ଡିଭିଜନ) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୩୪ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିମଧ୍ୟରୁ ୧୧ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ମାର୍ଚ୍ଚ ମାସ ୨୦ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୨୦ରେ ସମାପ୍ତ ହେବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେ କୌଣସି ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ଆଇନରେ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ହାଇକୋର୍ଟ / ସିଭିଲ / କ୍ରିମିନାଲ କୋର୍ଟ ସବ-ଅର୍ଡିନେଟରେ ସୁପରିଟେଣ୍ଡେଣ୍ଟ କିମ୍ବା ମିନିଷ୍ଟରିଆଲ ଅଫିସର, ଆସିଷ୍ଟାଣ୍ଟ ଆଇନ ଅଧିକାରୀ, ସରକାରୀ ଆଇନ ବିଭାଗରେ ଅନୁବାଦକ ଭାବେ କାର୍ଯ୍ୟ କରିଥିବା ପ୍ରାର୍ଥୀ ମଧ୍ୟ ଏହି ପଦ ପାଇଁ ଆବେଦନ କରିପାରିବେ । ଏଥିପାଇଁ କିଛି ନିୟମ ରହିଛି ।

ପ୍ରିଲିମିନାରୀ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ରାଜ୍ୟର ୫ଟି ଜୋନାଲ କେନ୍ଦ୍ରରେ ପ୍ରିଲିମ୍ ଓ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଭଲ ଭାବେ ଜାଣିଥିବେ । ୨୦୨୩ ମସିହା ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୩ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ ନିୟମ କାର୍ଯ୍ୟକାରୀ କରାଯିବ ।

Get real time updates directly on you device, subscribe now.