fbpx

ବଡ଼ ଖବର; ଇଲେକ୍ଟୋରାଲ ବଣ୍ଡର ସବୁ ତଥ୍ୟ ଦେଲା SBI, ସାର୍ବଜନୀନ କରିପାରିବେ EC

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି SBI । ପୂର୍ବରୁ ସୁପ୍ରିମକୋର୍ଟ ଏସବିଆଇକୁ କଡ଼ା ସମାଲୋଚନା କରିବା ସହ ସୂଚନା ଦେବାକୁ କହିଥିଲେ। ଯାହାକୁ ନେଇ ସିରିୟଲ ନମ୍ବର ସହ ଇଲେକ୍ଟୋରାଲ ବଣ୍ଡର ସବୁ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି। ଯାହା ଦାତା ଏବଂ ବଣ୍ଡକୁ ନଗଦ କରି ଟଙାକା ନେଇଥିବା ଦଳଙ୍କୁ ମିଶାଇବାରେ ସାହାଯ୍ୟ କରିବ । ଖୁବଶୀଘ୍ର ନିର୍ବାଚନ କମିଶନ ଏହାର ଅଫିସିଆଲ ୱେବସାଇଟରେ ଏହାର ସୂଚନା ସାର୍ବଜନୀନ କରିବେ ବୋଲି ଆଶା କରାଯାଉଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। ଏସ୍ ବିଆଇ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ବିବରଣୀ ସେୟାର କରିଛି।

ମାର୍ଚ୍ଚ ୨୧ ସୁଦ୍ଧା ସବୁ ତଥ୍ୟ ନିର୍ବାଚନ ଦାଖଲ କରିବାକୁ ଏସବିଆଇକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଥିଲେ। ଫେବ୍ରୁଆରି ୧୫ ତାରିଖର ଆଦେଶ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ଆଲ୍ଫା ସଂଖ୍ୟାଗତ ନମ୍ବର ସମେତ ସମସ୍ତ ବିବରଣୀ ପ୍ରକାଶ କରିବେ ବୋଲି କୋର୍ଟ କହିଛନ୍ତି। ବଣ୍ଡ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟାଙ୍କ ଏ ସଂକ୍ରାନ୍ତରେ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିବା ଉଚିତ୍ ନୁହେଁ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୦୧୮ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ୩୦ଟି କିସ୍ତିରେ ୧୬,୫୧୮ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ଜାରି କରିଛି। ୨୦୧୯ ଏପ୍ରିଲ ୧୨ତାରିଖରୁ କିଣାଯାଇଥିବା ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ ବିଆଇ ହେଉଛି ଇଲେକ୍ଟୋରାଲ ବଣ୍ଡ ଜାରି କରିବା ପାଇଁ ଅଧିକାରପ୍ରାପ୍ତ ଆର୍ଥିକ ଅନୁଷ୍ଠାନ।

Get real time updates directly on you device, subscribe now.