fbpx

କୁଆଁରୀ କନ୍ୟାଙ୍କ ଉପରେ ରଙ୍ଗ ପକାଇଲେ ସିନ୍ଦୁର ଦେବାକୁ ବାଧ୍ୟ, ଜାଣନ୍ତୁ ଆମ ଦେଶରେ କେଉଁଠି ରହିଛି ଏହି ପରମ୍ପରା

ରାଞ୍ଚି: ହୋଲିରେ ବିଭିନ୍ନି ଦେଶରେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଏ । ବହୁ ପ୍ରଥା ତ ଅଜବ ହୋଇଥାଏ । କିଛି ଏପରି ପରମ୍ପରା ଝାରଖଣ୍ଡରେ ବି ଦେଖିବାକୁ ମିଳିଥାଏ । ଏଠାରେ ହୋଲିରେ ସାନ୍ତାଳ ସମାଜରେ କୁଆଁରୀ କନ୍ୟାଙ୍କ ଉପରେ ରଙ୍ଗ ପକାଯାଏ ନାହିଁ । ଏହା ପଛରେ ଏକ ଅଜବ କାରଣ ବି ରହିଛି । ଯଦି କେହି କୁଆଁରୀ କନ୍ୟା ଉପରେ ରଙ୍ଗ ପକାଏ ତେବେ ତାକୁ ଜୋରିମାନା ବି ପଇଠ କରିବାକୁ ପଡିବ ।

ସାନ୍ତାଳ ସମାଜରେ ମହିଳାମାନଙ୍କୁ ବହୁତ ସମ୍ମାନ ଦିଆଯାଇଥାଏ । ଏହି କାରଣରୁ ହଜାର ହଜାର ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି କି କୁଆଁରୀ କନ୍ୟାଙ୍କ ଉପରେ ହୋଲିରେ ରଙ୍ଗ ପକାଯାଏ ନାହିଁ । ହୋଲିରେ ବହୁ ସମୟରେ ଦେଖାଯାଏ କି ଯୁବକମାନେ ନିଜର ମର୍ଯ୍ୟାଦା ଭୁଲି ଯାଇ ମହିଳାମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥାନ୍ତି । ଏହାକୁ ନଜରରେ ରଖି ପୂର୍ବଜଙ୍କ ଦ୍ୱାରା ଏପରି ନିୟମ କରାଯାଇଛି ଯାହା ଆଜି ପର୍ଯ୍ୟନ୍ତ ଲାଗୁ ହେଉଛି ।

ଯଦି ବି କେହି ପୁରୁଷ ହୋଲିରେ କୁଆଁରୀ କନ୍ୟା ଉପରେ ରଙ୍ଗ ପକାଇବ ତେବେ ତାକୁ ସେହି କନ୍ୟାକୁ ବିବାହ କରିବାକୁ ହେବ । ଯୁବତୀଙ୍କ ଦେହରେ ରଙ୍ଗ କେବଳ ତାଙ୍କ ପତି କିମ୍ବା ଭାଇ ହିଁ ଲଗାଇପାରିବେ । ଏମାନଙ୍କ ସହ ଯୁବତୀଙ୍କର ଏକ ପବିତ୍ର ସଂପର୍କ ରହିଥିବାରୁ ସେମାନେ ହିଁ କେବଳ ରଙ୍ଗ ଲଗାଇପାରିବେ । ସାନ୍ତାଳ ସଂପ୍ରଦାୟରେ ପୂର୍ବଜଙ୍କ ଦ୍ୱାରା ତିଆରି ହୋଇଥିବା ଏହି ନିୟମ ଆଜି ବି କଡାକଡି ଭାବରେ ପାଳନ କରାଯାଉଛି ।

Get real time updates directly on you device, subscribe now.