fbpx

ଧୋନୀ ଛାଡିଲେ ଚେନ୍ନାଇ ସୁପରକିଙ୍ଗସ୍‌ର କ୍ୟାପଟେନସିପ୍‌, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ 

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍‌ର ନୂଆ କ୍ୟାପଟେନ୍ ନାମ ଘୋଷଣା କରାଯାଇଛି । ଧୋନୀ ଏବେ ଚେନ୍ନାଇର କ୍ୟାପଟେନ୍ ପଦରୁ ଅବ୍ୟାହତି ନେଇଥିବା ବେଳେ ଋତୁରାଜ ଗାୟକୱାଡଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଛି ।

ଧୋନୀ ଗତ ସିଜନରେ ଚେନ୍ନାଇକୁ ପଞ୍ଚମ ଥର ଆଇପିଏଲ୍ ଜିତାଇଥିଲେ ଓ ଏବେ ସେ ଟିମ୍‌ର ଦାୟିତ୍ୱ ଗାୟକୱାଡଙ୍କୁ ସମର୍ପି ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏମଏସ୍ ଧୋନୀ ଚେନ୍ନାଇକୁ ୫ ଥର ଆଇପିଏଲ୍ ଜିତାଇଛନ୍ତି । ଏହା ବ୍ୟତିତ ସେ ଟିମ୍‌କୁ ୫ ଥର ଫାଇନାଲ୍‌ରେ ପହଞ୍ଚାଇଛନ୍ତି । ଧୋନୀଙ୍କ କ୍ୟାପ୍‌ଟେନସିପ୍‌ରେ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଚମ୍ପିଆନ୍ ହୋଇଛି ।

ତେବେ ଧୋନୀଙ୍କ ଅବ୍ୟାହତି ପରେ ଋତୁରାଜ ଗାୟକୱାଡ ଚେନ୍ନାଇ ସୁପରକିଙ୍ଗସ୍‌ର ନୂଆ କ୍ୟାପଟେନ୍ ହୋଇଛନ୍ତି । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନଙ୍କ ଫଟୋଶୁଟ୍ ହୋଇଥାଏ ଯେଉଁଥିରେ ଧୋନୀଙ୍କ ସ୍ଥାନରେ ଗାୟକୱାଡ ପହଞ୍ଚିଛନ୍ତି । ଗାୟକୱାଡ ଏବେ ଚେନ୍ନାଇ ପାଇଁ ୩ ସିଜନ ଖେଳିଛନ୍ତି । ସେ ୨୦୨୦ରେ ଡେବ୍ୟୁ କରିଥିଲେ ଓ ପ୍ରଥମ ସିଜନରେ ମାତ୍ର ୬ ମ୍ୟାଚ୍ ଖେଳିଥିଲେ । କିନ୍ତୁ ୨୦୨୧ରେ ତାଙ୍କୁ ପୁରା ସୁଯୋଗ ମିଳିଥିଲା ଓ ସେ ଏକ ଶତକ ଓ ୪ ଅର୍ଦ୍ଧଶତକ ବଳରେ ୬୩୫ ରନ୍ କରିଥିଲେ । ଗତ ସିଜନରେ ଗାୟକୱାଡ ୧୬ ମ୍ୟାଚ୍‌ରେ ୫୯୦ ରନ୍ କରି ଟିମ୍‌କୁ ଚାମ୍ପିଅନ କରିଥିଲେ । ଗାୟକୱାଡ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୫୨ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍‌୍ ୧୩୫ରୁ ଅଧିକ ରହିଛି ।

Get real time updates directly on you device, subscribe now.