fbpx

ସବୁ ସୀମା ଟପିଗଲେ; ତିଆରି କଲେ ନକଲି ଆରଟିଓ ଅଫିସ, କିଏ ଦେଉଛି ସାହସ?

ବାଲେଶ୍ବର : ( ଓଡ଼ିଶା ଭାସ୍କର ) ଜଳେଶ୍ୱରରେ ଠାବ ହେଲା ନକଲି ଆରଟିଓ ଅଫିସ । ଏହି ମାମଲାରେ ଗିରଫ ହେଲେ ୨ ଜଣ । ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଖୋଲିଥିଲେ ନକଲି ଓରଟିଓ ଅଫିସ । ଟୋଲଗେଟରେ ଗାଡ଼ି ଅଟକିବା ବେଳେ ଚାଲାଣ କାଟୁଥିବା ଅଭିଯୋଗ ଆସିବା ପରେ । ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ନକଲି କାଗଜପତ୍ର ସହ ନକଲି ଷ୍ଟାମ୍ପ, ପ୍ରିଣ୍ଟର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ଲକ୍ଷ୍ମଣନାଥ ଟୋଲ ଗେଟରୁ ଦୁଇ ନକଲି RTO ଗିରଫ । ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଗିରଫ କରିଛି ଜଳେଶ୍ବର ପୋଲିସ । ଗାଡି ଡ୍ରାଇଭର ମାନଙ୍କୁ ନକଲି ଟ୍ରାନ୍ସପୋର୍ଟ ପାସିଂ, ଦେଉଥିବା ସୂଚନା। ମୋବାଇଲ, ଲାପଟପ ସହ ବାଇକ ଜବତ କରିଥିବା ସୂଚନା । ଗିରଫ ଦୁଇ ଯୁବକ ହେଉଛନ୍ତି ଝାରଖଣ୍ଡ ଅଞ୍ଚଳର ଶମ୍ଭୁ ଓ ଜଳେଶ୍ବର  ଅଂଚଳ ବାବୁ ବୋଲି ସୂଚନା।

Get real time updates directly on you device, subscribe now.