fbpx

ପରିସଂଖ୍ୟାନ ସହାୟକ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ: ଓଏସଏସସି ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରିସଂଖ୍ୟା ସହାୟକ ପଦ ପୂରଣ ପାଇଁ ଗତ ଜାନୁଆରୀ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହାର ଅନଲାଇନ୍ ଆବେଦନ ତାରିଖ ବଦଳିଥିଲା । ପ୍ରାର୍ଥୀମାନେ ଜାନୁଆରୀ ୧୦ରୁ ଫେବୃଆରୀ ୯ ମଧ୍ୟରେ ଅନଲାଇନ୍ ରେଜିଷ୍ଟ୍ରେସନ କରିବା ସହିତ ଫେବୃଆରୀ ୧୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଫେବୃଆରୀ ୧୪ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିଥିଲେ ।

ତେବେ ଏହା ମଧ୍ୟରେ ପରିସଂଖ୍ୟାନ ସହାୟକ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ଏହି ପଦର ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ସମ୍ଭାବ୍ୟ ଭାବେ ସ୍ଥିର ହୋଇଥିଲା । ମାତ୍ର ବର୍ତ୍ତମାନ ପାଇଁ ପ୍ରିଲିମିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ତାରିଖଏ ସମୟ ଓ ଭେନ୍ୟୁ ବାବଦରେ ପ୍ରାର୍ଥୀଙ୍କୁ ଅତିକମରେ ଏକ ମାସ ପୂର୍ବରୁ ସୂଚିତ କରାଇ ଦିଆଯିବ ବୋଲି ଓଏସଏସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.