fbpx

କାଲିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ କରାଯିବ ମୂଲ୍ୟାଙ୍କନ

ଓଡ଼ିଶା ଭାସ୍କର: ମାର୍ଚ୍ଚ ୨୨ ତାରିଖ ଅର୍ଥାତ କାଲିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ । ପୂର୍ବ ବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ । ତେବେ ପ୍ରଥମ ପ୍ରକ୍ରିୟା ଖାତା ଦେଖା ଆସନ୍ତାକାଲିଠୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । ୨ୟ ପର୍ଯ୍ୟାୟରେ ୪ ଏପ୍ରିଲରୁ ୧୫ ଏପ୍ରିଲ ଯାଏ ଚାଲିବ ଖାତା ଦେଖା । ମୋଟ ୬୯ଟି ଅଫଲାଇନ ମୂଲ୍ୟାଙ୍କନ କେନ୍ଦ୍ର ସହ ୪୧ଟି ଅନଲାଇନ କେନ୍ଦ୍ର କରାଯାଇଥିବା ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଥମ ଫେଜରେ ୨ହଜାର ୮୦୦ ଅଧ୍ୟାପକ ଏବଂ ୨ୟ ଫେଜରେ ୩ହଜାର ୭୦୦ ଜଣ ଅଧ୍ୟାପକ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ରହିବେ। ତେବେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ବିଷୟରେ ଅନଲାଇନରେ ମୂଲ୍ୟାଙ୍କନ କରାଯିବ । ଅନ୍ୟ ସମସ୍ତ ବିଭାଗର ବିଷୟ ଗୁଡ଼ିକ ଅଫଲାଇନରେ କରାଯିବ ।

ସୂଚନା ଅନୁସାରେ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୬ ହଜାର ୮୮୯ । ସେହିଭଳି ଭାବରେ କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟ ବିଭାଗରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କପି କରି ଧରା ପଡିଛନ୍ତି ୬୪୯ ଜଣ ଛାତ୍ର ଛାତ୍ରୀ।

Get real time updates directly on you device, subscribe now.