fbpx

ମୋବାଇଲ୍ ବ୍ୟବହାର କରିବା ସମୟରେ ଯୁବକଙ୍କ ମୃତ୍ୟୁ, ଏହି ଗୋଟିଏ ଭୁଲ କୋଟି କୋଟି ଲୋକଙ୍କୁ କରୁଛି ଆଲର୍ଟ

ନୂଆଦିଲ୍ଲୀ: ରାଜସ୍ଥାନର ବୁନ୍ଦି ଜିଲ୍ଲାରୁ ଆସୁଥିବା ଖବର କୋଟି କୋଟି ମୋବାଇଲ ୟୁଜର୍ସଙ୍କ ପାଇଁ ଆଲର୍ଟ କରୁଛି । ମୋବାଇଲ୍ ଜଣେ ଯୁବକଙ୍କର ଜୀବନ ନେଇଗଲା । ତାଙ୍କ ଶରୀର ନୀଳ ହୋଇଗଲା । କିଛି କ୍ଷଣ ମଧ୍ୟରେ ସେ ପରିବାର ସାମ୍ନାରେ ଏକ ଶବ ହୋଇଗଲେ । ଆଜି ସକାଳେ ହିନ୍ଦୋଲି ପୋଲିସ ଷ୍ଟେସନ ପରିସରରେ ଥିବା ପାୟରା ଗ୍ରାମରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ମୋବାଇଲ୍ ଫୋନ୍ ଯୋଗୁଁ ମୃତ୍ୟୁ କିପରି ଘଟିଲା ଜାଣନ୍ତୁ :-
ତେବେ ଗାଁରେ ରହୁଥିବା ୨୦ ବର୍ଷୀୟ ରଣଜିତ୍ ଗୁରୁଜାର ଆଜି ସକାଳେ ତାଙ୍କ ରୁମରେ ଥିଲେ । ସେ ମୋବାଇଲ୍ ଫୋନ୍ ଚାର୍ଜ କରୁଥିବା ବେଳେ ହଠାତ୍ ଫୋନ୍ ଗରମ ହୋଇଥିଲା । ସେ ଚାର୍ଜର୍ କାଢ଼ି ଏହାକୁ ଅନ୍ୟ ଏକ ପିନରେ ଲଗାଇ ପୁଣି ଫୋନ୍ ଚାର୍ଜ କରିବାକୁ ଲାଗିଲେ । ଏହାରି ମଧ୍ୟରେ ହଠାତ୍ ଏକ ଶକ୍ତିଶାଳୀ କରେଣ୍ଟ ଆସିଲା ଓ ସେ ତଳେ ପଡ଼ିଗଲେ । ତାଙ୍କ ହାତ ଏବଂ ପାଦ ନୀଳ ହୋଇଗଲା । ଆଖି ଖୋଲା ରହିଥିଲା । ନିକଟ ରୁମରେ ବସିଥିବା ପରିବାର ସଦସ୍ୟ ରଣଜିତ ରୁମକୁ ଆସି ତାଙ୍କୁ ତଳେ ପଡ଼ିଥିବାର ଦେଖିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେହିଭଳି କିଛି ଦିନ ପୂର୍ବରୁ ରାଜସ୍ଥାନରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୋବାଇଲ୍ ଫୋନ୍ ଚାର୍ଜ କରିବା ପରେ ସେ ଏହାକୁ ନିଜ ପକେଟରେ ରଖିଥିଲେ, ସେହି ସମୟରେ ଫୋନ୍ ବିସ୍ଫୋରଣ ହୋଇଥିଲା । ପରେ ଫୋନର ବ୍ୟାଟେରୀର କିଛି ଅଂଶ ଶରୀରରେ ପଶିଥିଲା । ଫୋନ୍ ସାର୍ଟ ପକେଟରେ ରଖିଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.