fbpx

ବଲିଉଡ ଅଭିନେତା କିରଣ କୁମାରଙ୍କୁ କରୋନା, କ୍ୱାରେଣ୍ଟାଇନରେ ଭର୍ତ୍ତି

ବଲିଉଡ୍ ଅଭିନେତା କିରଣ କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୭୪ ବର୍ଷର କିରଣ ନିକଟରେ ନିଜର ନମୁନା ଟେଷ୍ଟ କରିଥିଲେ । ଯାହାର ରିପୋର୍ଟ କରୋନା ପଜିଟିଭ୍ ଆସିଛି । କରୋନାରେ ଚିହ୍ନଟ ହେବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି ।

ତେବେ ପଜିଟିଭ୍ ଆସିବା ପରେ କିରଣ କହିଛନ୍ତି ଯେ, ମୁଁ ଠିକ୍ ଥିଲି ଓ ମୋଠାରେ କୌଣସି କରୋନା ଲକ୍ଷଣ ଦେଖାଯାଇନଥିଲା । ମେ ୧୪ରେ ଟେଷ୍ଟ ପାଇଁ ମେଡିକାଲ ଯାଇଥିଲି । କୌଣସି ଲକ୍ଷଣ ନଥିବାରୁ ମୁଁ ୨୬ ବା ୨୭ରେ ଆଉ ଥରେ କରୋନା ଟେଷ୍ଟ କରିବି ।’

କିରଣ ହିନ୍ଦୀ ଫିଲ୍ମ ‘ତେଜାବ୍’, ‘ଖୁଦା ଗୱାହ୍‌’, ‘ଧଡ଼କନ୍’, ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’, ‘ମୁଝ୍‌ସେ ଦୋସ୍ତି କରୋଗେ’ ଓ ଅନେକ ଟିଭି ସିରିୟଲ୍‌ରେ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.