fbpx

ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ଅଭିନେତା ପିଣ୍ଟୁଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ଅଭିନେତା ପିଣ୍ଟୁ ନନ୍ଦଙ୍କ ନାମରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ଯୁବତୀ କିଏ ଓ କାହିଁକି ଅଭିଯୋଗ ଆଣିଲେ ସେ ଆଦୌ ସେହି ସମ୍ପର୍କରେ ଜାଣି ନାହାନ୍ତି । ଏନେଇ ପୋଲିସ ନୋଟିସ ଦେଇଛି ଏବଂ ସେ ତାଙ୍କ ପକ୍ଷ ୧୫ଦିନ ଭିତରେ ରଖିବେ ବୋଲି କହିଛନ୍ତି ।

ଉଲ୍ଳେଖଯୋଗ୍ୟ ଯେ ଅଭିନେତା ପିଣ୍ଟୁଙ୍କ ସମେତ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ ଓ କାଷ୍ଟିଂ ଡାଇରେକ୍ଟର ନାମରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେମାନଙ୍କ ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ସିନେମାରେ ସୁଯୋଗ ପାଇବାକୁ ହେଲେ କମ୍ପ୍ରମାଇଜ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଯୁବତୀ ।

Get real time updates directly on you device, subscribe now.