fbpx

ରାମାୟଣରେ ‘ସୁଗ୍ରୀବ’ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ,୯ ।୪: ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରୀବ ଭୁମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନୀଙ୍କ ଦେହାନ୍ତ ଘଟିଛି । ସେ ବହୁ ଦିନ ହେବ ଅସୁସ୍ଥ ଥିବା କୁହାଯାଉଛି । ତେବେ ଶ୍ୟାମଙ୍କ ଅଭିନୟ କ୍ୟାରିୟର ରାମାୟଣରୁ ଆରମ୍ଭ ହୋଇଥିଲା । ଏହା ପରେ ସେ ଅଭିନୟ ଜଗତରେ ଅଧିକ କାମ କରିନଥିଲେ । ସହ-କଳାକାରଙ୍କ ନିଧନରେ ରାମ-ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଓ ସୁନୀଲ ଲାହ୍ରୀ ଉଭୟ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.