fbpx

ଲକ୍-ଡାଉନରେ HDFC ବ୍ୟାଙ୍କର ୨ଟି ବଡ ଉପହାର, ଜାଣନ୍ତୁ କଣ? 

ଲକ୍-ଡାଉନ୍ ସମୟରେ HDFC ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ୨ଟି ବିଶେଷ ଉପହାର ଦେଇଛି । ପ୍ରଥମଟି ଲୋନ୍ ନେଉଥିବା ଗ୍ରାହକମାନଙ୍କ ପାଇଁ ହୋଇଥିବା ବେଳେ ୨ୟ ଉପହାରରେ ଏଟିଏମ୍ ମେସିନ୍ ସୁବିଧା ଆପଣଙ୍କ ଘର ବାହାରେ ରହିବ । ଏହାର ଅର୍ଥ ଆପଣଙ୍କୁ ଟଙ୍କା ଉଠାଇବା ପାଇଁ ଏଟିଏମ୍ ମେସିନ୍ ଯିବାକୁ ପଡିବନି । ଏହି ସୁବିଧା ଆପଣଙ୍କ ଘର ବାହାରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଏହି ଉପହାର ବିଷୟରେ ବିସ୍ତୃତ ଭାବେ ଜାଣିବା..

ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା:

HDFC ବ୍ୟାଙ୍କ ସାରା ଦେଶରେ ମୋବାଇଲ ଏଟିଏମ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରିଛି । ଏହି ସୁବିଧା ଦ୍ୱାରା ଲୋକମାନେ ନିଜ ଦ୍ୱାରରେ ପାର୍କ ହୋଇଥିବା ଏଟିଏମ୍ ଭ୍ୟାନରୁ ଟଙ୍କା ଉଠାଇ ପାରିବେ । ଏହି ଏଟିଏମ୍ ଗୁଡିକ କେଉଁଠାରେ ରଖାଯିବ, ତାହାର ନିଷ୍ପତ୍ତି ସହରର ନଗରପାଳିକାଙ୍କ ଆଲୋଚନା ପରେ ନିଆଯିବ । ବ୍ୟାଙ୍କ ଦେଇଥିବା ସୂଚନା ମୁତାବକ, ମୋବାଇଲ ଏଟିଏମ୍ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ । ଏହି ଅବଧି ସମୟରେ ମୋବାଇଲ ଏଟିଏମଗୁଡିକ ସକାଳ ୧୦ର ସନ୍ଧ୍ୟା ୫ଟା ମଧ୍ୟରେ ୩ରୁ ୫ ସ୍ଥାନରେ ରହିବ ।

ଶସ୍ତା ଋଣ:

HDFC ବ୍ୟାଙ୍କ ଲୋନ ଉପରେ ସୁଧକୁ ୦.୨୦ ପ୍ରତିଶତ ହ୍ରାସ କରିଛି ।

Get real time updates directly on you device, subscribe now.