fbpx

ଡ୍ରଗ୍ସ ମାମଲା: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୋବାଇଲ ଜବତ

ମୁମ୍ବାଇ: କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଗିରଫ ପରେ ଅଧିକ ତଥ୍ୟ ଖୋଜିବାରେ ଲାଗିଛି ଏନସିବି । ଏହାରି ମଧ୍ୟରେ ଶାହାରୁଖ ଖାନଙ୍କ ଘର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିଛନ୍ତି ଏନସିବି ଅଧିକାରୀ । ଶାହାରୁଖ ଖାନଙ୍କ ବଙ୍ଗଳା ‘ମନ୍ନତ’ରେ ଏନସିବି ଟିମ୍ ଛାନଭିନ୍ କରିଛି ।

ଅନ୍ୟପଟେ ଆର୍ଯ୍ୟନଙ୍କ ଚାଟରେ ଅନନ୍ୟା ପାଣ୍ଡେଙ୍କ ସମ୍ପୃକ୍ତି ଥିବା ନେଇ ଏନସିବି ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ଅନନ୍ୟାଙ୍କ ଘରେ ଚଢ଼ାଉ କରିବା ସହିତ ଅଭିନେତ୍ରୀଙ୍କ ଫୋନ୍ ଜବତ କରିଛି ଏନସିବି । ଆର୍ଯ୍ୟନ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ଚାଟ୍ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅନନ୍ୟାଙ୍କୁ ଏନସିବିର ଅଧିକାରୀମାନେ ସମନ ପଠାଇବା ସହ ପଚରାଉଚରା ପାଇଁ ଅଫିସ ଡାକିଛନ୍ତି । ଦ୍ୱିପହର ୨ ଟାରେ ଅନନ୍ୟା ଏନସିବିରେ ହାଜର ହେବେ ।

Get real time updates directly on you device, subscribe now.