fbpx

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ, ଲାଗିଥିଲା ସଙ୍ଗୀନ ଦଫା

କଟକ(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଜାମିନ୍ । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଅନ୍ୟାନ୍ୟ ସର୍ତ୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡିବେ । ତେବେ ବିଜେପି ନେତାଙ୍କୁ ଆକ୍ରମଣ ମାମଲାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା । ବିଜେପି ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ସେ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲଗାଯାଇଛି । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ଦୀର୍ଘ ୧ ମାସ ଧରି ଫେରାର ରହିବ ପରେ ବିଧାୟକ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଦୃଶ୍ୟ ଭାଇରାଲ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯିବା ସହ ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

Get real time updates directly on you device, subscribe now.