fbpx
BSKY SKY
BSKY SKY

ସେକ୍ସ ରାକେଟ୍: ୫ ଷ୍ଟାର ହୋଟେଲରୁ ଧରାପଡିଲେ ୨ ଅଭିନେତ୍ରୀ ଓ ବେଲୀ ଡ୍ୟାନ୍ସର୍

BSKY

ମୁମ୍ବାଇ,୨୪ ।୧୦: ମୁମ୍ବାଇର ଉପନଗରୀ ଗୋରେଗାଁଓରେ ଥିବା ଏକ ୫-ଷ୍ଟାର ହୋଟେଲରେ ଚାଲିଥିବା ସେକ୍ସ ରାକେଟର ଫର୍ଦ୍ଦାଫାସ କରିଛି ପୋଲିସ । ଏହି ମାମଲାରେ ପୋଲିସ ବଲିଉଡର ଅଭିନେତ୍ରୀ ସହିତ ୩ ଯୁବତୀଙ୍କୁ ଧରିଛି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଇପିସି ଧାରା ଆଧାରରେ ଦେହ ବ୍ୟାପାର ଅଧିନିୟମରେ ମାମଲା ରୁଜୁ କରିଛି ।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ୫-ଷ୍ଟାର ହୋଟେଲ ଉପରେ ଚଢାଉ କରିଥିଲା । ଗ୍ରାହକ ରୂପରେ ପୋଲିସ କର୍ମଚାରୀ ସେହି ହୋଟେଲ ଭିତରେ ପ୍ରବେଶ କରିଥିଲେ । ଏହା ପରେ ଚଢାଉ କରିବା ପରେ ଘଟଣାସ୍ଥଳରୁ ୩ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ଗିରଫ କରିଥିବା ଯୁବତୀଙ୍କ ମଧ୍ୟରୁ ଜଣେ ବଳିଉଡର ଅଭିନେତ୍ରୀ ଥିବା ଜଣାପଡିଛି । ବଡ ହୋଟେଲରେ ଦେହ ବେପାର ପାଇଁ ବଲିଉଡ ଓ ଟିଭି ଜଗତର ଅଭିନେତ୍ରୀଙ୍କୁ ଆଣିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି ଯେ, ବଲିଉଡର ଜଣେ ଇଣ୍ଟରନେସନାଲ ବେଲୀ ଡ୍ୟାନ୍ସର ଓ ୨ ଟିଭି ସିରିଏଲ ଅଭିନେତ୍ରୀ ହୋଟେଲରେ ଦେହ ବେପାର ପାଇଁ ୧୦ ଲକ୍ଷ ଟଙ୍କାରେ ଚୁକ୍ତି କରିଛନ୍ତି । ପୋଲିସ ସେହି ସେକ୍ସ ରାକେଟର ଫର୍ଦ୍ଦାଫାସ କରି ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.