ସାଜିଦ ଖାନ୍ଙ୍କ ବିରୋଧରେ ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, ଅନେକ ବର୍ଷ ପରେ ଅଭିନେତ୍ରୀ ଖୋଲିଲେ ମୁହଁ
ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଏହି ଅଭିନେତ୍ରୀ।ପୋଷାକ କାଢ଼ି ତାଙ୍କ ସାମ୍ନାରେ ବସିବାକୁ କହିଥିଲେ ସାଜିଦ।
ମୁମ୍ବାଇ: ସିନେ ଇଣ୍ଡିଷ୍ଟ୍ରିରେ କାଷ୍ଟିଙ୍ଗ କାଉଚକୁ ନେଇ ଅନେକ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ଏବେ ଆଉ ଜଣେ ଅଭିନେତ୍ରୀ ଏହାକୁ ନେଇ ମୁହଁ ଖୋଲିଛନ୍ତି। ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଏହି ଅଭିନେତ୍ରୀ।
ଅଭିନେତ୍ରୀ ଜଣଙ୍କ କହିଛନ୍ତି ସେ କେବେ ବି ତାଙ୍କ ସହ ଦ୍ୱିତୀୟ ଥର ଭେଟିବାକୁ ଚାହିଁବେନି। ଅନେକ ଫିଲ୍ମ ଏବଂ ଟିଭି ଶୋରେ ନଜର ଆସିଥିବା ଅଭିନେତ୍ରୀ ନବୀଣା ସାଜିଦଙ୍କ ଉପରେ ଲଗାଇଛନ୍ତି ସଙ୍ଗୀନ ଅଭିଯୋଗ।
ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଉଥିବା ଇଣ୍ଟରଭ୍ୟୁରେ ନବିଣା କହିଥିଲେ କି କିଛି ବର୍ଷ ତଳେ ନିର୍ଦ୍ଦେଶକ ସାଜିଦ ଖାନ୍ ତାଙ୍କ ସହିତ ଏଭଳି ଖରାପ ବ୍ୟବହାର କରିଥିଲେ।
ନବିଣା କହିଥିଲେ ସେ ଜଣେ ଭୟଙ୍କର ବ୍ୟକ୍ତି ତାଙ୍କୁ ଜୀବନରେ କେବେ ହେଲେ ଭେଟିବାକୁ ଚାହିଁବିନି। ଯେତେବେଳେ ସାଜିଦଙ୍କ ପକ୍ଷରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା ସେହି ସମୟରେ ମୁଁ ବହୁତ ଖୁସି ହୋଇଯାଇଥିଲି।
ପୋଷାକ କାଢ଼ି ତାଙ୍କ ସାମ୍ନାରେ ବସିବାକୁ କହିଥିଲେ ସାଜିଦ। ମୁଁ ମୋ ବଡି ସହ କେତେ କମ୍ପଟେବୁଲ ସେ ଏହା ଦେଖିବାକୁ ଚାହୁଁଥିଲେ।
ବିକିନି ପିନ୍ଧିବାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ କରିଥିଲେ। କହିଥିଲେ ତୁମେ ଷ୍ଟେଜରେ ବିକିନ ତ ପିନ୍ଧୁଚ ପୋଷାକ କାଢ଼ିବାରେ କ’ଣ ସମସ୍ୟା ଅଛି। କିନ୍ତୁ ଅଭିନେତ୍ରୀ ସେଠି ତାଙ୍କର ଏପରି ପ୍ରସ୍ତାବରେ ମନା କରି ପଳାଇ ଆସିଥିଲେ।
ଏସବୁ ଘଟଣା ତାଙ୍କ ସହ ୨୦୦୪ରୁ ୨୦୦୬ ଭିତରେ ଘଟିଥିବା କହିଛନ୍ତି ଅଭିନେତ୍ରୀ।