fbpx

୪ ମାସର ବିବାହ: ଯମଜ ପୁତ୍ର ସନ୍ତାନର ଜନନୀ ହେଲେ ଅଭିନେତ୍ରୀ ନୟନତାରା

ନୂଆଦିଲ୍ଲୀ: ବିବାହର ଚାରିମାସ ପରେ ସାଉଥ ସୁପରଷ୍ଟାର ନୟନତାରା ମାଆ ହୋଇଛନ୍ତି । ନୟନତାରା ଯମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ଅଭିନେତ୍ରୀଙ୍କ ସ୍ୱାମୀ ବିଗ୍ନେଶ ଶିବନ ଛୁଆଙ୍କ ସହିତ ନିଜର ଫଟୋ ଶେୟାର କରି ଏହି ଖୁସି ଖବର ଦେଇଛନ୍ତି । ପିତାମାତା ଦୁଇ ସନ୍ତାନଙ୍କର ପାଦରେ ଖୁସିର ଚୁମ୍ବନ ଦେଉଥିବା ଦେଖାଯାଉଛି ।

ଏହି ଅବସରରେ ଟ୍ୱିଟରରେ ଶିବନ ଲେଖିଛନ୍ତି, ନୟନ ଓ ମୁଁ ଆଜି ଅମ୍ମା ଓ ଅପ୍ପା ବନି ଯାଇଛୁ । ଆମର ଯମଜ ପୁତ୍ର ସନ୍ତାନ ଜନ୍ମ ହୋଇଛନ୍ତି । ଆମର ଅନେକ ପ୍ରାର୍ଥନା ଓ ଆମର ପୂର୍ବଜଙ୍କ ଆଶିର୍ବାଦ ରୂପରେ ଆମକୁ ଦୁଇଟି ସନ୍ତାନ ମିଳିଛି । ଆପଣମାନେ ଈଶ୍ୱରଙ୍କର ଏହି ଉପହାରକୁ ଆଶିର୍ବାଦ କରନ୍ତୁ ।

ନିକଟରେ ନୟନତାରାଙ୍କ ଗର୍ଭଧାରଣ ଖବର ସାମ୍ନାକୁ ଆସିଥିଲା । ଅଭିନେତ୍ରୀ କିଛି ଛୋଟ ପିଲାଙ୍କ ସହ ସମୟ ଅତିବାହିତ କରୁଥିବା ଦେଖାଯାଇଥିଲା । ଏହାର ଫଟୋ ବିଗ୍ନେଶ ଶେୟାର କରିବା ସହ ଭବିଷ୍ୟତ ପାଇଁ ନୟନତାରା ଅଭ୍ୟାସ କରୁଥିବା ଲେଖିଥିଲେ । ଏହି ଷ୍ଟାର ଦମ୍ପତି ଶୀଘ୍ର ସନ୍ତାନ ଚାହୁଁ ନଥିବା ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ରିଲେସନସିପରେ ରହିବା ପରେ ଗତ ଜୁନ ମାସ ୯ ତାରିଖରେ ନୟନତାରା-ବିଗ୍ନେଶ ବିବାହ କରିଥିଲେ । ଅଭିନେତ୍ରୀ-ଡାଇରେକ୍ଟର ଯୋଡ଼ିଙ୍କୁ ଫ୍ୟାନ୍ସ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆଗକୁ ନୟନତାରା କିଙ୍ଗ ଖାନ ଶାହରୁଖ ଖାନଙ୍କ ସହିତ ପରଦାରେ ଦେଖାଦେବେ ।

Get real time updates directly on you device, subscribe now.