fbpx

ଦ୍ୱିତୀୟ ମ୍ୟାଚରେ ଅମ୍ପାୟାରଙ୍କ ସହ ଲଢିଗଲେ ସିରାଜ: ଭାଇରାଲ ହେଉଛି ଯୁକ୍ତି ସମୟର ଭିଡିଓ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ବୁମରାହ ବାଦ ପଡିବା ପରେ କୁବ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର ବୋଲର ମହମ୍ମଦ ସିରାଜ । ହଠାତ ଭାରତୀୟ ଦଳରେ କମବ୍ୟାକ କରିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ ସୁଯୋଗ ପାଇଛନ୍ତି । ଉଭୟ ଦିନିକିଆ ମ୍ୟାଚରେ ସେ ଦମଦାର ବୋଲିଂ କରିଛନ୍ତି । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଏମିତି ଏକ ପରିସ୍ତିତି ସୃଷ୍ଟି ହୋଇଛି, ଯେଉଁଥିରେ ସେ ଅନ ଫିଲ୍ଡ ଅମ୍ପାୟାରଙ୍କ ସହ ଲଢି ଯାଇଛନ୍ତି । ଏହି ଘଟଣାର ଏକ ଭିହିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଞ୍ଚିର ଜେଏଓସିଏ ଷ୍ଟାଡିୟମରେ କେଳାଯାଇଛି ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ । ଏହି ମ୍ୟାଚରେ ୩ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଝଟକା ଦେଇଛନ୍ତି ମହମ୍ମଦ ସିରାଜ । ତେବେ ଏହି ମ୍ୟାଚରେ ସେ ନିଜ ଉପରେ ନିୟନ୍ତ୍ରଣ ହରାଇ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିବା ଦେଖାଯାଇଛି । ସାଉଥ ଆଫ୍ରିକା ଇନିଂସର ୪୮ ତମ ଓଭର ନେଇ ଆସିଥିଲେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜ । ତାଙ୍କର ଏକ ବଲକୁ ମିଲର ଖେଳି ପାରି ନଥିଲେ । ଫଳରେ ବଲ ଧରି ପୁଣି ସିରାଜଙ୍କୁ ଦେଇଥିଲେ ୱିକେଟ କିପର ସଞ୍ଜୁ ସାମସନ । ଏହାପରେ କ୍ରିଜ ବାହାରେ ଥିବା ଦେଖି ସେ ଷ୍ଟମ୍ପ ଆଡକୁ ବଲ ଥ୍ରୋ କରି ଦେଇଥିଲେ । କିନ୍ତୁ ବଲ ୱିକେଟରେ ନ ବାଜି ସିଧା ବାଉଣ୍ଡ୍ରି ଆଡକୁ ଚାଲି ଯାଇଥିଲା ।

ଏହାକୁ ଅନ ଫିଲ୍ଡ ଅମ୍ପାୟାର ଚୌକା ଘୋଷଣା କରିଥିଲେ । ଯାହା ଫଳରେ ସାଉଥ ଆଫ୍ରିକା ଖାତାରେ ଅତିରିକ୍ତ ୪ ରନ ଯୋଡି ହୋଇ ସାରିଥିଲା । କିନ୍ତୁ ହଠାତ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ ମହମ୍ମଦ ସିରାଜ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିବା ସହିତ ସେ ଯୁକ୍ତି ମଧ୍ୟ କରିଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ସିରାଜଙ୍କର ଏହି କାରନାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ,ହା ସହିତ ପ୍ରଶଂସକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.