fbpx

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ କରିଛନ୍ତି । ଯାହାର ସଂଖ୍ୟା ୩୧୭ ରହିଛି । ଏଗୁଡ଼ିକ ଚୋରାଚାଲାଣ କରାଯାଉଥିଲା । ବିଏସଏଫ ଅନୂଯାୟୀ ଜବତ ହୋଇଥିବା ମୋବାଇଲର ଦାମ୍ ୩୮ ଲକ୍ଷ ଟଙ୍କାରୁ ଅଧିକ ହେବ ।

ଶନିବାର ବର୍ଡର ଆଉଟ ପୋଷ୍ଟ ଲୋଧିୟାରେ ଦକ୍ଷିଣ ବେଙ୍ଗଲ ଫ୍ରଣ୍ଟିୟର ୭୦ ବାଟାଲିୟନର ସୈନିକମାନେ ପଗଳା ନଦୀରୁ ଏହି ମୋବାଇଲ ଜବତ କରିଥିଲେ । ଏହାକୁ ଏକ ପ୍ଲାଷ୍ଟିକ୍ କଣ୍ଟେନର ଦ୍ୱାରା ପଠାଯାଇଥିଲା । ଏହା ବାଙ୍ଗଲାଦେଶ ଆଡ଼କୁ ଯାଉଥିଲା ।

୭୦ ବାଟାଲିୟନର କମାଡିଙ୍ଗ ଅଫିସର କହିଛନ୍ତି ଯେ ଏନେଇ ଗୁଇନ୍ଦା ସୂଚନା ମିଳିଥିଲା । ଜବତ କରାଯାଇଥିବା ମୋବାଇଲଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହା ସହ ସେ କହିଛନ୍ତ ଯେ ବିଏସଏଫ-ବାଙ୍ଗଲାଦେଶ ସୀମାରେ ତସ୍କରୀ ରୋକିବା ପାଇର୍ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି । ଚୋରାଚାଲାଣକାରୀଙ୍କୁ ଧରାଯାଉଛି ।

Get real time updates directly on you device, subscribe now.