fbpx

Video: ପାଣି ପାଇଁ ଜୀବନ ବାଜିରେ ଲଗାଇଲେ ବୃଦ୍ଧ, ସାହାଯ୍ୟ କରିବା ଛାଡ଼ି ଭିଡିଓ କଲେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଥିଲେ ମଧ୍ୟ ଆଜି ବି ଦେଶର ଅନେକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ପିଇବା ପାଇଁ ପାଣି ପାଉ ନାହାନ୍ତି। ଲୋକେ ଜୀବନକୁ ବିଦରେ ପକାଇ ପାଣି ପାଇଁ ସଂଘର୍ଷ କରୁଛନ୍ତ। ନଦୀ, କେନାଲ ଏବଂ ପୋଖରୀ ଉପରେ ସେମାନେ ଭରଷା କରୁଛନ୍ତି। ଏହି ଧାରାରେ ଉତ୍ତର ପ୍ରଦେଶରୁ ଆପଣଙ୍କୁ ବିଚଳିତ କରିବା ଭଳି ଏକ ଖବର ଆସିଛି। ଯେଉଁଠି ଜଣେ ବ୍ୟକ୍ତି ପାଣି ପାଇଁ ନଦୀକୁ ଯାଇଥିଲେ ଆଉ ନଦୀ ପଠାରେ ଦଲଦଲାରେ ଫସି ଯାଇଥିଲେ। ପରେ ଗ୍ରାମବାସୀ ପୋଲିସ ସାହାଯ୍ୟରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲେ।

ଏହି ଭାଇରାଲ ଭିଡିଓ ହାମିରପୁର ଜିଲ୍ଲାର ସିସୋଲାର ପୋଲିସ ଷ୍ଟେସନ ଅଞ୍ଚଳର ବଚ୍ଚା ଖାନି ଗାଁ ବିଷୟରେ କୁହାଯାଉଛି, ଯେଉଁଠାରୁ ଦୁଇ ଗ୍ରାମବାସୀ ପିଇବା ପାଇଁ କେନ ନଦୀରେ ପାଣି ନେବାକୁ ଯାଇ ନଦୀ କୂଳରେ ବୁଡ଼ି ଯାଇଥିଲେ। ବହୁ ପରିଶ୍ରମ ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଭାଇରାଲ ଭିଡିଓରେ ଜଣେ ବୃଦ୍ଧଙ୍କୁ ଏକ କାଦୁଅ ଦଲଦଳାରେ ଅଣ୍ଟା ପର୍ଯ୍ୟନ୍ତ ଗଭୀରରେ ପଡ଼ିଥିବାର ଦେଖିବାକୁ ମିଳିଥିବାବେଳେ ଜଣେ ବ୍ୟକ୍ତି ତାଙ୍କୁ କାଠ ବାଡ଼ି ଧରି ଧରି ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ବୃଦ୍ଧଙ୍କ ପାଖରେ ଏକ ଗରା ଦେଖିବାକୁ ମିଳେ, ଯାହା ସହିତ ସେ ପାଣି ଆଣିବାକୁ ନଦୀକୁ ଯାଇଥିଲେ।

ତେବେ ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେତେବେଳେ ଏହି ବୃଦ୍ଧଙ୍କ ଜୀବନ ଜୀବନ ବିପଦରେ ପଡିଥିଲା, ସେହି ସମୟରେ ପୋଲିସକୁ ସାହାଯ୍ୟ କରିବା ପରିବର୍ତ୍ତେ ସେ ମୋବାଇଲରୁ ଭିଡିଓ ରେକର୍ଡ଼ିଂ କରି ହସୁଥିବାର ନଜର ଆସିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ପୋଲିସକୁ କଡ଼ା ସମାଲୋଚନା କରାଯାଉଛି। ଏଥି ସହିତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ପାଣି ଯୋଗାଇଦେବାକୁ ସରକାରଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ ଟ୍ୟାପ୍ ପାଣି ଲୁଣିଆ ଏବଂ ପାନୀୟ ନୁହେଁ ତେଣୁ ଗ୍ରାମବାସୀ ନଦୀରୁ ପାଣି ଟାଣିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହା ସହିତ ନିକଟରେ ରାଜ୍ୟର ଜଲ ଶକ୍ତି ମନ୍ତ୍ରୀ ହମିରପୁର ଗସ୍ତରେ ଯାଇ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଶୀଘ୍ର ଟ୍ୟାପ୍ ପାଣି ପାଇବେ।

Get real time updates directly on you device, subscribe now.