fbpx

ପୁଣି ଥାନାରେ ପହଞ୍ଚିଲେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ,୨୭ ।୯: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମଲାରେ ପୁଣି ଓସିୱାର ପୋଲିସ ଷ୍ଟେସନରେ ପହଞ୍ଚିଲେ ଅଭିନେତ୍ରୀ ପାୟଲ ଘୋଷ । ଅନୁରାଗ କଶ୍ୟପଙ୍କୁ ଗିରଫ ଦାବିରେ ଅଭିନେତ୍ରୀ ଜଣକ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରି ସେ ଥାନାରେ ଏତଲା ଦେଇଛନ୍ତି । ୨୦୧୫ରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ସେ ଏତଲା କରିଛନ୍ତି । କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ରବିବାର ପୁଣି ଥାନାରେ ପହଞ୍ଚିଛନ୍ତି ପାୟଲ ।

Get real time updates directly on you device, subscribe now.