fbpx

ରାଜ୍ୟରେ ଖାଲିଥିବା ବେଡ ନେଇ କ’ଣ ତଥ୍ୟ ରଖିଲା ସ୍ୱାସ୍ଥ୍ୟ ବିଭାଗ?

ଭୁବନେଶ୍ୱର, ୨୭ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଲିଥିବା ବେଡ୍ ଓ ଆଇସିୟୁକୁ ନେଇ ତଥ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ମୁତାବକ, ରାଜ୍ୟରେ ରହିଛି ୮୨୪୫ଟି ସାଧାରଣ ବେଡ୍ ରହିଛି । ୮୨୪୫ ସାଧାରଣ ବେଡ୍ରୁ ୩,୬୯୧ଟି ଖାଲି ରହିଛି । ରାଜ୍ୟରେ ୧୪୨୬ଟି ଆଇସିୟୁରୁ ୬୨୯ଟି ଖାଲି ରହିଛି । ରାଜ୍ୟରେ ୫୩୧ ଭେଣ୍ଟିଲେଟରରୁ ୨୯୫ଟି ଖାଲି ଅଛି ।

ସେହିପରି ଖୋର୍ଦ୍ଧାରେ ୧୫୫୨ଟି ସାଧାରଣ ବେଡ୍ରୁ ୩୫୦ଟି ଖାଲି ରହିଛି । ୫୬୯ଟି ଆଇସିୟୁରୁ ୨୧୨ଟି ଖାଲି ଅଛି । ୧୯୫ ଭେଣ୍ଟିଲେଟରରୁ ୯୧ଟି ଖାଲି ରହିଛି । କଟକରେ ୭୦୨ଟି ସାଧାରଣ ବେଡ୍ରୁ ୩୬୮ଟି ଖାଲି ରହିଛି । କଟକରେ ୨୭୮ଟି ଆଇସିୟୁରୁ ୧୧୦ଟି ଖାଲିପଡିଛି । କଟକରେ ୭୩ଟି ଭେଣ୍ଟିଲେଟରରୁ ୧୭ଟି ଫାଙ୍କା ରହିଛି ।

Get real time updates directly on you device, subscribe now.