fbpx
BSKY
BJD SHG SKY
BJD MC SKY

କରୋନା ସଙ୍କଟ କାଳରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ପୂଜା, ୧୦୦ ପରିବାରକୁ ଦେଲେ ଏକ ମାସର ରାସନ୍

ମୁମ୍ବାଇ (ଓଡ଼ିଶା ଭାସ୍କର):  କରୋନା ସଙ୍କଟ କାଳରେ ଲୋକଙ୍କୁ ସାହାଯ୍ୟ କରିବା ଲାଗି ବଲିଉଡ୍‌ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି । ଅଭିନେତ୍ରୀ ପୂଜା ହେଗ୍‌ଡେ
ସେମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ପୂଜା ନିକଟରେ ୧୦୦ ପରିବାର ପାଇଁ ରାସନର ବ୍ୟବସ୍ଥା କରିଛନ୍ତି । ୧୦୦ ଗରିବ ପରିବାରକୁ ପୂରା ୧ ମାସର ରାସନ ଯୋଗାଇବାକୁ ସେ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ପୂଜା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହା ପରେ ଜଣେ ଯୋଗ ଗୁରୁଙ୍କ ସହିତ ମିଶି ସେ ଲୋକଙ୍କ ଫୁସ୍‌ଫୁସ କ୍ଷମତା ବଢ଼ାଇବାରେ ସାହାଯ୍ୟ କରୁଥିବା ଶ୍ୱାସକ୍ରିୟା ସମ୍ପର୍କିତ ବ୍ୟାୟାମ ଉପରେ ଲାଇଭ୍‌ ଅଧିବେଶନର ଆୟୋଜନ କରିଥିଲେ । ସମସ୍ତଙ୍କୁ ଯୋଗ କରିବାକୁ ପ୍ରେରଣା ଦେବା ସହିତ ପୂଜା ଅକ୍ସିମିଟର ବ୍ୟବହାର କରିବାର ଉଚିତ ତରିକା ସମ୍ପର୍କରେ ସୂଚନା ଦେଇ ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ ।

ପୂଜାଙ୍କ ହାତରେ ଏବେ କିଛି ଦମ୍‌ଦାର ପ୍ରୋଜେକ୍ଟ ରହିଛି । ଫିଲ୍ମ ‘ରାଧେ ଶ୍ୟାମ’ରେ ପ୍ରଭାସଙ୍କ ସହ ରୋମାନ୍ସ କରୁଥିବା ସେ ନଜର ଆସିବେ ।ରୋହିତ ଶେଟ୍ଟିଙ୍କ ‘ସର୍କସ୍‌’ରେ ମଧ୍ୟ ତାଙ୍କୁ ସାଇନ୍‌ କରାଯାଇଛି । ‘କଭି ଇଦ୍‌ କଭି ଦିୱାଲି’ରେ ସଲମାନ ଖାନ୍‌ଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ ।

Get real time updates directly on you device, subscribe now.