fbpx
BJD SKY
BJD SKY

ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିଚା, ଅଭି ତୋ ପାର୍ଟି ସୁରୁ ହୁଇ ହେ’ ସିନେମାର ଲିଡ୍ ରୋଲରେ ଆସିବେ ନଜର

BJD

ମୁମ୍ବାଇ ୨୧/୦୫: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ଏକ ନୂଆ ଅଫର ମିଳିଥିବାର ସୂଚନା ମିଳିଛି । ବହୁଦିନ ହେବ ସେ କୌଣସି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିନଥିଲେ । କିନ୍ତୁ ଏବେ ସେ ପୁଣି ଏକ ନୂଆ ପରଦାରେ ପ୍ରମୁଖ ଭୂମିକାରେ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କର ପ୍ରଶଂସକ ତାଙ୍କୁ ପୁଣି ଏକ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଦେଖିବାକୁ ଆଗ୍ରହ ପ୍ରକାଶ କରିବା ସହ ରିଚାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଘୋଷଣା ହେବାକୁ ଥିବା ନୂଆ ଚଳଚ୍ଚିତ୍ର ରେ ଅଭିନେତ୍ରୀ ରିଚା ଚଢାଙ୍କୁ ପୁଣି ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି ।

ଏଥି ପାଇଁ ରିଚା ତାଙ୍କ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତାଙ୍କ ପ୍ରଶଂସକ ଏହା ଶୁଣିବା ପରେ ରିଚାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିରେ ରିଚା ଚଢାଙ୍କ ବ୍ୟତୀତ ପଙ୍କଜ ତ୍ରିପାୟଠୀ ଏବଂ ମାଲୟାଲମ୍‌ ଅଭିନେତା ରାଜୀବ ପିଲାଇଙ୍କୁ ଦେଖିବାକୁ ମିଳିବ ।

Get real time updates directly on you device, subscribe now.