fbpx

କରୋନା କାଳ ମଧ୍ୟରେ ଆସୁଛି ନୌତପା, ତତଲା କଡ଼େଇରେ ଭାଜିହେବେ ଲୋକେ !

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ କରୋନା ମାହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ମେ ୨୫ ତାରିଖରୁ ନୌତପା ଆରମ୍ଭ ହେବାକୁ ଯାଉଛି । ଏହା ଜୁନ୍ ୩ ତାରିଖ ଯାଏ ଜାରି ରହିବ । ଏହି ୯ଦିନ ଅବଧି ମଧ୍ୟରେ ସୂର୍ଯ୍ୟ ସର୍ବୋଚ୍ଚ ତାପରେ ରହିଥାନ୍ତି । ତେଣୁ ଏହି ସମୟରେ ସବୁଠାରୁ ଅଧିକ ଗରମ ଅନୁଭୂତ ହେବାକୁ ଯାଉଛି । ଏଥିସହିତ ଏହି ୯ଦିନର ଅବଧି ରେ ଆସନ୍ତା ମୌସୁମୀ ସଂକ୍ରାନ୍ତରେ ମଧ୍ୟ ଜଣାପଡିଥାଏ ।

ସୂର୍ଯ୍ୟ ଯେତେବେଳେ ରୋହିଣୀ ନକ୍ଷତ୍ର ଦେଇ ବୃଷ ରାଶିର ୧୦ ରୁ ୨୦ ଅଂଶ ପର୍ଯ୍ୟନ୍ତ ରୁହେ ସେତେବେଳେ ରୋହିଣୀ ନକ୍ଷତ୍ର ହୋଇଥାଏ । ଏହି ଦିନ ମାନଙ୍କରେ ସୂର୍ଯ୍ୟ ପୃଥିବୀର ସବୁଠାରୁ ପାଖାପାଖି ରହିଥାଏ । ଯେଉଁ କାରଣରୁ ସୌର ମଣ୍ଡଳୀୟ ତାପମାତ୍ରା ବୃଦ୍ଧି ପାଇଥାଏ । ଏହି ନକ୍ଷତ୍ରରେ ସୂର୍ଯ୍ୟ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ରହିଥାଏ । ହେଲେ ପ୍ରଥମ ୯ ଦିନରେ ତାପାମାତ୍ରା ସବୁଠାରୁ ଅଧିକ ବଢ଼ିଯାଏ । ତେଣୁ ଏହି ୯ଦିନର ଅବଧିକୁ ନୌତପା କୁହାଯାଏ ।

ସୂଚନା ଅନୁସାରେ, ମେ ୨୫ ତାରିଖ ଦିନ ସୂର୍ଯ୍ୟ ସକାଳ ୮ ଟା ୧୬ ମିନିଟ୍ ରେ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ ଏବଂ ଜୁନ୍ ସକାଳ ୬ଟା ୪୦ ମିନିଟରେ ପର୍ଯ୍ୟନ୍ତ ରହିବେ । ତେବେ ଚଳିତ ନୌତପାରେ ତାପମାତ୍ରା ସହିତ ଝଡ଼ବର୍ଷା ହେଉଥିବାର ମଧ୍ୟ ଦେଖିବାକୁ ମିଳିବ ।

Get real time updates directly on you device, subscribe now.