fbpx

କାଶ୍ମୀର ପଣ୍ଡିତଙ୍କ ବିଷୟରେ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ପଲ୍ଲବୀ

ଅଡୁଆରେ ସାଉଥ୍ ଆକ୍ଟ୍ରେସ ସାଇ ପଲ୍ଲବୀ । କିଛିଦିନ ତଳେ ଏକ ଇଣ୍ଟଭ୍ୟୁରେ କାଶ୍ମୀର ପଣ୍ଡିତଙ୍କୁ ନେଇ ନିଜର ମତ ରଖି ଏବେ ଟ୍ରୋଲର ଶିକାର ହେଉଛନ୍ତି ।

ଆକ୍ଟ୍ରେସ୍ ପଲ୍ଲବୀ ନିଜର ଅପକମିଂ ଫିଲ୍ମ “ବିରାଟ ପରଭମ”ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଏହି ସମୟରେ ଏକ ୟୁଟ୍ୟୁବକୁ ନିଜର ଇଣ୍ଟଭ୍ୟୁ ଦେବା ସମୟରେ ତାଙ୍କୁ ବଲିଉଡ ଫିଲ୍ମ “ଦି କାଶ୍ମୀର ଫାଇଲ୍ସ” ବିଷୟରେ ନିଜର ମତ ରଖିବାକୁ କୁହାଯାଇଥିଲା । ଯେଉଁଥିରେ ସେ କହିଥିଲେ, ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ ଅତ୍ୟାଚାର ଏବଂ ହତ୍ୟା କରିବା ଘଟଣାକୁ ସେ ମୋବ ଲିଚିଙ୍ଗ ସହ ତୁଳନା କରିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ପଲ୍ଲବୀଙ୍କ ଏହି ମନ୍ତବ୍ୟକୁ ନେଇ କିଛି ୟୁଜର୍ସ ତାଙ୍କୁ ସପୋର୍ଟ କରୁଥିବାବେଳେ ଆଉକିଛି ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।

ପଲ୍ଲବୀ ନିଜ ଇଣ୍ଟଭ୍ୟୁରେ ଆହୁରି କହିଛନ୍ତି, ମୁଁ ଏକ ସାଧାରଣ ଝିଅ । ସାଧାରଣ ଭାବରେ ଜୀବନ ବିତାଇବାରେ ମୁଁ ବିଶ୍ୱାସ କରେ । ତେବେ ଏଥିରେ କିଏ ଠିକ୍ ଏବଂ କିଏ ଭୁଲ ତାହା ମୁଁ କହିପାରିବିନାହିଁ । ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଉଥିବା ଦୃଶ୍ୟ ଦେଖାଯାଇଛି । ସେହିଭଳି କିଛିଦିନ ପୂର୍ବେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ “ଜୟ ଶ୍ରୀ ରାମ” ସ୍ଲୋଗାନ ଦିଆଯାଇଥିଲା । ତେବେ ଏହାସବୁ ଧର୍ମ ନାମରେ ଏକ ପ୍ରକାର ହିଂସା । ବର୍ତ୍ତମାନ ଏବଂ ସେ ସମୟର ଘଟଣା ମଧ୍ୟରେ କୌଣସି ଅନ୍ତର ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.