fbpx

ବଲିଉଡ ଅଭିନେତ୍ରୀଙ୍କ ସହ ଠକାମି: ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକଙ୍କର ରାଜୁତି ବଢ଼ିବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ଏହି ଠକମାନେ ବିଭିନ୍ନ ତରିକାରେ ଲୋକଙ୍କୁ ଚୁନା ଲଗାଉଛନ୍ତି । ଆଖିପିଛୁଳାକେ ଶିଖିତ, ମୁର୍ଖ ସମସ୍ତଙ୍କର ଆକାଉଣ୍ଟର ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇ ଯାଉଛି । ସାଇବର ସେଲରେ ଅଭିଯୋଗ କଲେ ମଧ୍ୟ ପୋଲିସ ସେମାନଙ୍କର ଟେର୍ ପାଇପାରୁନାହିଁ ।

ତେବେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଜଣେ ସେଲିବ୍ରେଟିଙ୍କୁ ମଧ୍ୟ ଠକମାନେ ଛାଡ଼ି ନାହାନ୍ତି । ଜଣେ ଅଭିନେତ୍ରୀଙ୍କ ସହ ଇଲେକ୍ଟ୍ରି ବିଲ ସ୍ମାମ କରିଛନ୍ତି ସାଇବର ଠକ । ଅଭିନେତ୍ରୀଙ୍କ ଜନ୍ମଦିନର ଠିକ୍ ପୂର୍ବଦିନ ଏହି ଅଘଟଣ ଘଟିଥିଲା । ଠକାମିର ଶିକାର ହୋଇଥିବା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଶ୍ରୀଲେଖା ମିତ୍ରା । ଶ୍ରୀଲେଖାଙ୍କ ନିକଟକୁ ଏକ ଅଜଣା କଲା ଆସିଥିଲା ଓ ତା’ପରେ ତାଙ୍କର ବ୍ୟାଙ୍କ ଖାତାରୁ ୧ ଲକ୍ଷରୁ ଅଧିକ ଟଙ୍କା ଗାଏବ୍ ହୋଇଯାଇଥିଲା ।

ତେବେ କଲ୍ କରିଥିବା ଉକ୍ତ ଅଜଣା ବ୍ୟକ୍ତି ଜଣଙ୍କ ଅଭିନେତ୍ରୀଙ୍କୁ ଏକ ମୋବାଇଲ ଆପ୍ ଇନଷ୍ଟଲ କରିବାକୁ କହିଥିଲା । ତା’ପରେ ଅଭିନେତ୍ରୀ ତାହା କରିଥିଲେ । ଉକ୍ତ ଆପକୁ ଇନଷ୍ଟଲ କରିବାର କିଛି ସମୟ ପରେ ତାଙ୍କର ଆକାଉଣଣ୍ଟରୁ ଅର୍ଥ କଟିଯାଇଥିଲା । ଏହାପରେ ସେ ଠକାମିର ଶିକାର ହୋଇଥିବା ଶ୍ରୀଲେଖା ଜାଣିପାରିଥିଲେ । ତେବେ ଅଭିନେତ୍ରୀଙ୍କର ଜ୍ୱର ହେଉଥିବାରୁ ସେ ସ୍କାମର୍ସଙ୍କ ଚାଲ ବୁଝିପାରିନଥିଲେ ବୋଲି କହିଛନ୍ତି । ଏହି ଠକାମି ନେଇ ଶ୍ରୀଲେଖା ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିବା ସହ ଏପରି ସାଇବର ସାଇବର ଠକଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀଲେଖା ୨୦୧୬ ମସିହାରେ ‘ଅର୍ଦ୍ଧାଙ୍ଗିନୀ ଏକ ଅର୍ଦ୍ଧସତ୍ୟ’ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଜଣେ ବଙ୍ଗାଳୀ ଅଭିନେତ୍ରୀ ଭାବେ ସେ ବେଶ୍ ଜଣାଶୁଣା ଅଟନ୍ତି ।

Get real time updates directly on you device, subscribe now.