fbpx

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବେଳେ ଭାବପ୍ରବଣ ହେଲେ ବ୍ରାଜିଲ ରାଷ୍ଟପତି, କହିଲେ ମହାତ୍ମା ଗାନ୍ଧୀଙ୍କ ଭୂମିକା ମୋ ଜୀବନରେ ଗୁରୁତ୍ୱ ରଖିଛି

ନୂଆଦିଲ୍ଲୀ : ବ୍ରାଜିଲ ରାଷ୍ଟ୍ରପତି ଇନାସିୟେ ଲୁଲା ଡି ସିଲଭା କହିଥିଲେ ଯେତେବେଳେ ସେ ଦିଲ୍ଲୀର ରାଜ ଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ ସେତେବେଳେ ସେ ଭାବପ୍ରବଣ ହୋଇଥିଲେ । ସେ କହିଥିଲେ ମହାତ୍ମା ଗାନ୍ଧୀ ତାଙ୍କ ଜୀବନର ପ୍ରେରଣା ଏବଂ ତାଙ୍କ ରାନୈତିକ ଜୀବନରେ ସେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଜି ୨୦ ପ୍ରେସିଡେନ୍ସି ସମାପନ ଭାଷଣରେ ବ୍ରାଜିଲ ରାଷ୍ଟ୍ରପତି କହିଥିଲେ, “ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିବାକୁ ଚାହୁଛି ମୁଁ ଯେତେବେଳେ ମୋର ପ୍ରିୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିଲି ସେତେବେଳ ମୁଁ ବ୍ୟକ୍ତିଗତ ଭାବରେ ଭାବୁକ ହୋଇଥିଲି । ମୋର ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ଅହିସାଂ ପାଇଁ ତାଙ୍କ ସଂଘର୍ଷ ତାଙ୍କ ପାଇଁ ଆଦର୍ଶ ହୋଇଛି । ଯେତେବେଳେ ସେ ଶ୍ରମିକ ଆନ୍ଦୋଳନରେ ଥିଲେ, ତାଙ୍କ ନିତୀ ଆଦର୍ଶକୁ ମୁଁ ଅନେକ ଦିନ ପର୍ଯ୍ୟନ୍ତ ଅନୁସରଣ କରିଥିଲି । ଆଜି ଆମକୁ ଏଠାରେ ଶ୍ରଦ୍ଧାଞ୍ଜଳୀ ଦେବାର ଅବସର ମିଳିଥିବାରୁ ଧନ୍ୟବାଦ ।”

ବ୍ରାଜିଲ ରାଷ୍ଟପତି କହିଥିଲେ ଏହା ପରେ ବ୍ରାଜିଲ ଜି ୨୦ର ଆୟୋଜନ କରିବ । ଏଥିରେ ଆମେ ଚେଷ୍ଟା କରିବୁ ଭାରତୀୟ ଭାଇ ଭଉଣୀ ମାନେ ଯେପରି କରିଥିଲେ ସେହି ପରି ଆୟୋଜନ କରିବା ପାଇଁ । ଏହା ଛଡା ଜି ୨୦ ସମ୍ମିଳନୀ ଆୟୋଜନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.