fbpx

୪୬ ବୟସରେ ଯାଆଁଳା ଶିଶୁର ମା’ ବନିଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କଣ ରଖିଲେ ନାଁ

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର ବବଲୀ ଆକ୍ଟ୍ରେସ୍ ପ୍ରତି ଜିଣ୍ଟାଙ୍କ ଘରେ ଶୁଭିଲା କୁଆଁ କୁଆଁ ଡାକ । ଅର୍ଥାତ୍ ପ୍ରୀତି ଜିଣ୍ଟା ଦୁଇଟି ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି । ନିଜ ଜୀବନର ଏହି ସ୍ପେଶାଲ୍ ମୁହୂର୍ତ୍ତକୁ ସେ ଏକ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ଏହି ପୋଷ୍ଟରେ ପ୍ରୀତି ଜିଣ୍ଟା ପିଲାମାନଙ୍କ ନାଁ ମଧ୍ୟ ଜଣାଇଛନ୍ତି ।

ପ୍ରୀତି ଜିଣ୍ଟା ନିଜର ଇନଷ୍ଟଠାଗ୍ରାମ ହ୍ୟାଣ୍ଡେଲରେ ସ୍ୱାମୀଙ୍କ ସହିତ ଏକ ଫଟୋକୁ ସେୟାର୍ କରି ଏହି ଖବର ସେୟାର୍ କରିଛନ୍ତି । ସେ ଏକ ନୋଟ୍ ଲେଖିଛନ୍ତି ଯେଉଁଥିରେ ସେ ଯାଆଁଳା ଶିଶୁଙ୍କ ମା’ ହୋଇଥିବା ଜଣାଇଛନ୍ତି । ସେ ନୋଟ୍ ରେ ଲେଖିଛନ୍ତି ଯେ, ଆମ ଘରେ ଦୁଇଟି ଯାଆଁଳା ଶିଶୁ Jai Zinta Goodenough ଓ Gia Zinta Goodenough ଜନ୍ମ ନେଇଛନ୍ତି ।

 

View this post on Instagram

 

A post shared by Preity G Zinta (@realpz)

ପ୍ରୀତି ଜିଣ୍ଟା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଆମ ଜୀବନର ଏକ ନୁତନ ପର୍ଯ୍ୟାୟକୁ ନେଇ ବହୁତ ଉତ୍ସାହିତ ଅଛୁ । ଆମର ଏହି ସୁନ୍ଦର ଯାତ୍ରାର ଅଂଶ ହୋଇଥିବାରୁ ସମସ୍ତ ଡାକ୍ତର, ନର୍ସ ଓ ସରୋଗେଟ୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ । ପ୍ରୀତି ଜିଣ୍ଟା ଏହି ପୋଷ୍ଟରେ ସଫା ସଫା ଜଣାଇଛନ୍ତି ଯେ, ସେ ସରୋଗେଟ୍ ଜରିଆରେ ମାଆ ହୋଇଛନ୍ତି ।

Get real time updates directly on you device, subscribe now.