fbpx

ବିବାଦରେ ଆଦାନୀ: ଗୋଟିଏ ସପ୍ତାହର କାହାଣୀ, ଜାଣନ୍ତୁ ୧୦ଦିନରେ କେଉଁଠାରୁ ଆସି କେଉଁଠି ପହଞ୍ଚିଗଲେ ଆଦାନୀ!

ମୁମ୍ବାଇ: ଦେଶର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି ଆମେରୀକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ। ଏତେ କମ ସମୟ ମଧ୍ୟରେ, ପ୍ରାୟ ସମସ୍ତେ ଦେଖିଛନ୍ତି ଯେ ଗୌତମ ଆଦାନୀ, ଯିଏ କି ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିଲେ। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ କିପରି ଶ୍ରେଷ୍ଠ ୧୦ ତାଲିକାରୁ ମଧ୍ୟରୁ ବାଦ୍ ପଡ଼ିବା ସହିତ ୧୫ ତମ ସ୍ଥାନକୁ ଖସି ଆସିଛନ୍ତି। ଆଦାନୀଙ୍କର ଏହି ନିମ୍ନମୁଖୀ ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ଆକଳନ କରାଯାଉଛି।

ରିପୋର୍ଟ ଅନୁଯାୟୀ, ୬ ଟି ବାଣିଜ୍ୟ ଦିବସରେ ଆଦାନୀ ସମୁହର ୧୦ ଟି ତାଲିକାଭୁକ୍ତ କମ୍ପାନୀର ବଜାର କ୍ୟାପ୍ ୮.୭୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । କେବଳ ଏତିକି ନୁହେଁ, କ୍ରେଡିଟ୍ ସୁଇସ୍ ଏବଂ ସିଟିଗ୍ରୁପ୍ ପରି ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ କମ୍ପାନୀର ମୂଲ୍ୟକୁ ଶୂନ ବୋଲି ବିଚାର କରି ସେମାନଙ୍କ ଗୋଷ୍ଠୀର ସିକ୍ୟୁରିଟି ବନ୍ଧକ ଭାବରେ ପ୍ରତିଶ୍ରୁତି ଦେବାକୁ ମନା କରି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦଶ ଦିନ ମଧ୍ୟରେ ଏଭଳି କଣ ହୋଇଗଲା ଯେ, ଯେଉଁ ସଂସ୍ଥାର ନାମ ଦେଶ-ବିଦେଶରେ ଚର୍ଚ୍ଚା ହେଉଥିଲା । ତାକୁ ଏବେ ବିଳମ୍ବିତ ରାତିରେ ବୟାନ ଜାରି କରି ନିଜର ବିବୃତ୍ତି ଦେଇ ସମ୍ପୂର୍ଣ୍ଣ ସବସ୍କ୍ରାଇବ ହୋଇଥିବା ଏଫ୍‌ପିଓ ପ୍ରତ୍ୟାହାର କରିବାକୁ ପଡ଼ିଥିଲା ।

୨୪ ଜାନୁଆରୀ: ହିଣ୍ଡେନ୍‌ବର୍ଗ ରିପୋର୍ଟରୁ ଆରମ୍ଭ ହେଲା ବିପର୍ଯ୍ୟୟ। ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ୨୪ ଜାନୁୟାରୀ ୨୦୨୩ ରେ ଏହାର ରିପୋର୍ଟ ପ୍ରକାଶ କରିଥିଲା । ଯାହା ଆଗାମୀ ଦଶ ଦିନ ମଧ୍ୟରେ ଆଦାନୀ ଗ୍ରୁପ୍ ଦୋହଲାଇ ଦେଇଛି । ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟରେ ଦର୍ଶାଯାଇଥିଲା ଆଦାନୀ ସମୁହ ଏହାର ନିବେଶକ ମାନଙ୍କ ସହିତ ବିରାଟ ଠକେଇ କରିଛି । ତେବେ ହିଣ୍ଡେନ୍‌ବର୍ଗ ଅନୁସନ୍ଧାନର ଦାବି କେତେ ସତ୍ୟ ବା ମିଥ୍ୟା, ଏହା ଏକ ବିସ୍ତୃତ ଏବଂ ନିରପେକ୍ଷ ଅନୁସନ୍ଧାନ ପରେ ହିଁ ଜଣା ପଡିବ, କିନ୍ତୁ ଷ୍ଟକ୍ ମାର୍କେଟ ଏବଂ ବହୁ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଏହି ରିପୋର୍ଟକୁ କେତେ ଗୁରୁତର ସହ ନେଇଛନ୍ତି, ସେମାନଙ୍କ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ।

୨୫ ଜାନୁଆରି: ସେୟୋର ବଜାରରେ ଭୟଙ୍କର ଭାବେ ଆଦାନୀ ସମୁହର ସେୟାର ହ୍ରାସ ପାଇଥିଲା । ଗୋଟିଏ ଦିନରେ ସମୁହର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ୯୭ ହଜାର କୋଟି ହ୍ରାସ ପାଇଥିଲା ।

୨୭ ଜାନୁଆରୀ: ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟରୁ ଆସିଥିବା ଭୂକମ୍ପ ମଧ୍ୟରେ ଜାନୁୟାରୀ ୨୭, ୨୦୨୩ ରେ ଆଦାନୀ ଗ୍ରୁପର ଫ୍ଲାଗସିପ୍ କମ୍ପାନୀ ଆଡାନି ଏଣ୍ଟରପ୍ରାଇଜେସ୍ ର ୨୦,୦୦୦ କୋଟି ଟଙ୍କାର ସର୍ବସାଧାରଣ ଅଫର ମଧ୍ୟ ଖୋଲା ଯାଇଥିଲା । କିନ୍ତୁ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ଚାଲିଥିବା ଭାରି ବିକ୍ରି ମଧ୍ୟରେ ନିବେଶକଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଦୁର୍ବଳ ଥିଲା ଏବଂ ପ୍ରଥମ ଦିନରେ କେବଳ ୧% ଅଫର ସବସ୍କ୍ରାଇବ୍ ହୋଇଥିଲା । ଏବଂ ଖବର ଅନୁଯାୟୀ, ଦିନ ଶେଷ ସୁଦ୍ଧା ସମୁହର ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି ୪.୧୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ସାରିଥିଲା ।

୨୯ ଜାନୁଆରୀ: ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଖଣ୍ଡନ କରି ଆଦାନୀ ଗ୍ରୁପ୍ ୨୯ ଜାନୁୟାରୀ ୨୦୨୩ ରେ ୪୧୩ ପୃଷ୍ଠାର ବିସ୍ତୃତ ଉତ୍ତର ଜାରି କରିଛି । ଏହାର ଜବାବରେ ଆଦାନୀ ଗ୍ରୁପ୍ ହିନ୍ଦେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଦିଆଯାଇଥିବା ଅଭିଯୋଗକୁ ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି ଦାବି କରିଛି ଏବଂ ଏହି ରିପୋର୍ଟ ପ୍ରକୃତରେ ଭାରତ ଉପରେ ଆକ୍ରମଣ ବୋଲି ଦାବି କରିଥିଲା । ତେବେ ସେହି ଦିନ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏହାର ଜବାବ ରଖି କହିଥିଲା, ଏହାର ଦାବୀ ଉପରେ ଦୃଢ଼ ରହିଥିଲା। ଏବଂ ‘ଜାତୀୟତା ବା ବଡ ଉତ୍ତର ଦେଇ ଆପଣ ଏକ ଠକେଇକୁ ଲୁଚାଇ ପାରିବେ ନାହିଁ ବୋଲି ଆଦାନୀକୁ କହିଥିଲା।’

୩୦ ଜାନୁଆରୀ: ତେବେ ଏତେ ସବୁ ଘଟଣା ଭିତରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଧିମା ଚାଲିଥିବା ଏଫପିଓ ଜାନୁଆରୀ ୩୦ ରେ କିଛି ଜୀବନ ପାଇଲା ଯେତେବେଳେ ଆବୁଧାବିର ଆନ୍ତର୍ଜାତୀୟ ହୋଲ୍ଡିଂ କମ୍ପାନୀ (ଆଇଏଚ୍‌ସି) ଏଥିରେ ୪୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ୩୨୬୮ କୋଟି ଟଙ୍କା ବିନିଯୋଗ କରିଥିଲା । ତେବେ ଏହି ସମୟରେ ଆଦାନୀ ଗ୍ରୁପ୍‌ର ଉତ୍ତରରେ ହିଣ୍ଡେନ୍‌ବର୍ଗର ପ୍ରତି ଆକ୍ରମଣ ମଧ୍ୟ ସେହି ଦିନ ଭାରତର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

୩୧ ଜାନୁଆରୀ: ବିବାଦ ମଧ୍ୟରେ, ମାସର ଶେଷ ଦିନ ଆଦାନୀ ଗ୍ରୁପ୍ ପାଇଁ ଏକ ଖୁସି ଖବର ଆଣିଥିଲା ଯେତେବେଳେ ୩୧ ଜାନୁଆରୀରେ ଆଦାନୀ ଏଣ୍ଟରପ୍ରାଇଜେସ୍ ର ଏଫ୍‌ପିଓ ସମ୍ପୂର୍ଣ୍ଣ ସବସ୍କ୍ରାଇବ ହୋଇଥିଲା । ଏଥିରେ ଏକ ପ୍ରମୁଖ ଯୋଗଦାନକାରୀ ଅଣ-ଅନୁଷ୍ଠାନିକ ନିବେଶକ (ଏନ୍‌ଆଇଆଇଏସ୍‌) ଙ୍କ ଠାରୁ ଆସିଥିଲେ, ଯିଏକି ସେମାନଙ୍କ କୋଟା ତୁଳନାରେ ୩.୨୬ ଗୁଣ ସବସ୍କ୍ରାଇବ କରିଥିଲେ ।

୧ ଫେବୃଆରୀ: ଯେତେବେଳେ ପୂରା ଦେଶର ଦ୍ୟାନ କେନ୍ଦ୍ର ସରକାରଙ୍କ ବଜେଟ୍ ଉପରେ ଥିଲା, ସେତିକି ବେଳେ ସେୟାର ବଜାରରେ ଆଦାନୀ ସମୁହର ସେୟାର ସବୁ ଅନ୍ଧାଧୁନ ଭାବେ ବିକ୍ରି ହୋଇ ଚାଲିଥିଲା । ପୁର୍ବରୁ ହିଣ୍ଡେନ୍‌ବର୍ଗ ରିପୋର୍ଟ ସାଙ୍ଗକୁ ଏବଂ କ୍ରେଡିଟ୍ ସୁଇସ୍ ରିପୋର୍ଟ ପ୍ରକାଶ ପାଇବା ପରେ ନିବେଶକମାନେ ସେୟାର ବିକିବାରେ ଲାଗିଥିଲେ । ଫେବୃଆରୀ ୧ ରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଗତ ୫ ଟି ବାଣିଜ୍ୟ ଅଧିବେଶନରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜିକରଣ ୭ ଲକ୍ଷ କୋଟିରୁ ଅଧିକ କିମ୍ବା ପ୍ରାୟ ୩୮ ପ୍ରତିଶତ ହ୍ରାସ ପାଇଥିଲା ।

ତେବେ ଫେବୃଆରୀ ୧ ରେ, ରଏଟର୍ସ ରିପୋର୍ଟ କରିଛି ଯେ, ବଜାର ନିୟନ୍ତ୍ରକ ସେବି (ସେବି) ଆଦାନୀ ଗ୍ରୁପ ଉପରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି । ଏହାରି ମଧ୍ୟରେ ଆଦାନୀ ସମୁହ ବିଳମ୍ବିତ ରାତିରେ ଏକ ବୟାନ ଜାରି କରି ସମ୍ପୁର୍ଣ୍ଣ ସବସ୍କ୍ରାଇବ ହୋଇ ସାରିଥିବା ଏଫ୍‌ପିଓ କୁ ପ୍ରତ୍ୟାହାର କରିଥିଲା । କମ୍ପାନୀ ଏହା ସହିତ କହିଥିଲା ଯେ, ‘ବଜାରରେ ଅସ୍ଥିରତାର ମାହୋଲକୁ ନଜରରେ ରଖି କମ୍ପାନୀ ଏହି ନିଷ୍ପତି ନେଇଛି । ଏହା ସହିତ ସବସ୍କ୍ରିପସନ୍ ସମୟରେ ନିବେଶକଙ୍କଠାରୁ ପ୍ରାପ୍ତ ଟଙ୍କା ଫେରସ୍ତ ବିଷୟରେ କମ୍ପାନୀ ମଧ୍ୟ ଆଲୋଚନା କରିଛି।’

୨ ଫେବୃଆରୀ: ଯଦିଓ କମ୍ପାନୀ ଏଫ୍‌ପିଓ ପ୍ରତ୍ୟାହାର କରିବା ସହିତ ନିବେଶକଙ୍କ ଟଙ୍କା ଫେରାଇ ଦେଇଥିଲା, ତଥାପି କମ୍ପାନୀ ନିବେଶକଙ୍କ ଭରଷା ଜିତି ପାରି ନଥିଲା । ଏଫ୍‌ପିଓ ପତ୍ୟାହାର କରିବାର ଆଗାମୀ ଦିନରେ ଅର୍ଥାାତ୍ ୨ ପେବୃଆରୀରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ସେୟାର ମୂଲ୍ୟ ୨୬ % ହ୍ରାସ ପାଇଥିଲା । ସେହିପରି କମ୍ପାନୀର ଅନ୍ୟ ସମସ୍ତ ସେୟାରରେ ମଧ୍ୟ ଲଗହାତାର ଷଷ୍ଠ ଦିନରେ ହ୍ରାସ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.