fbpx

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିପାରନ୍ତି ବୁମରାହ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବା ପାଇଁ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ତେବେ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ ଘୋଷଣା କରିସାରିଛି । ତେବେ ଏହା ମଧ୍ୟରେ ଆସିଛି ଏକ ଭଲ ଖବର । ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ପେସର ଯଶପ୍ରୀତ ବୁମ୍ରା ଦଳକୁ ଫେରିବାର ସମ୍ଭାବନା ରହିଛି ।

୨୯ ବର୍ଷୀୟ ବୁମରାହ ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଗତବର୍ଷ ସେପ୍ଟେମ୍ବର ମାସରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ଚୟନ କରଯାଇନାହିଁ । ମାତ୍ର ସେ ନିକଟରେ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ରେ ବୋଲିଂ ପ୍ରାକ୍ଟିସ କରୁଥିବା ଦେଖାଯାଇଥିଲା । ତେଣୁ ସେ ଖୁବଶୀଘ୍ର ଦଳକୁ ଫେରିବା ନେଇ ଆଶାବାଦୀ ଥିବା କୁହାଯାଉଛି ।

ତେବେ ମିଡ଼ିଆ ରିପୋର୍ଟ ମୁତାବକ, ବୁମରାହ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହୋଇପାରନ୍ତି । ଏଥିସହିତ ଶେଷ ଦୁଇ ଟେଷ୍ଟ ଖେଳିବାର ମଧ୍ୟ ସମ୍ଭାବନା ରହିଛି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ, ବୁମରାହଙ୍କୁ ନେଇ ଅତ୍ୟଧିକ ସୁନିଶ୍ଚିତ ନାହିଁ । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇ ଟେଷ୍ଟ ଖେଳିବାର ସମ୍ଭାବନା ରହିଛି । ପିଠିର ଆଘାତ ସର୍ବଦା ଗଭୀର ହୋଇଥିବାରୁ ବୁମରାହଙ୍କୁ ନେଇ କୌଣସି ପ୍ରକାରର ରିସ୍କ ନେବାକୁ ଆମେ ଚାହୁଁନାହୁଁ । ଆମେ ଏନସିଏର ଫିଜିଓ ଏବଂ ଚିକିତ୍ସକଙ୍କ ସହିତ ନିୟମିତ ଭାବେ ସମ୍ପର୍କରେ ରହିଛୁ । ବୁମରାହଙ୍କ ଫିଟ୍ ନେଇ ଚିକିତ୍ସା ଟିମ୍ ପୂରା ସମୟ ଦେବେ ।

Get real time updates directly on you device, subscribe now.