fbpx

BYJU’Sରେ ଆରମ୍ଭ ହେଲା ଛଟେଇ!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଧିକାଂଶ ରାଷ୍ଟ୍ରରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି ଅବସରରେ ବିଶ୍ୱର ପ୍ରତିଷ୍ଠିତ ଟେକ୍ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ମାଇକ୍ରୋସଫ୍ଟ, ଫେସବୁକ, ଆମାଜନ, ଗୁଗଲ ପରି ବହୁରାଷ୍ଟ୍ରୀୟ କମ୍ପାନୀମାନେ ବହୁ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିସାରିଛନ୍ତି ।

ତେବେ ଏହି କ୍ରମରେ ସାମିଲ ହୋଇଛି ଶିକ୍ଷାକ୍ଷେତ୍ରର ଏକ ବଡ଼ କମ୍ପାନୀ । ସୂଚନା ମୁତାବକ ଏଡୁଟେକ କମ୍ପାନୀ ବାୟଜୁସରୁ ୧୦୦୦ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି । ଇଞ୍ଜିନିୟରିଂ କ୍ଷେତ୍ରର ଅଲଗା ଅଲଗା କ୍ଷେତ୍ରରୁ କର୍ମଚାରୀଙ୍କୁ ବିଦା କରାଯାଇଛି । ଏହା ଇଞ୍ଜିନିୟରିଂ ଟିମର ମୋଟ କର୍ମଚାରୀଙ୍କ ୧୫ ପ୍ରତିଶତ ଅଟେ । ଏହି ଛଟେଇ ବାବଦରେ ବିଜନେସ ଟୁଡେରେ କୁହାଯାଇଛି ।

ବାୟଜୁସ କମ୍ପାନୀର ଇଞ୍ଜିନିୟରିଂ ଟିମରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି, ଆଜି ସକାଳୁ ଇଞ୍ଜିନିୟରିଂର ପ୍ରତ୍ୟେକ ଟିମର ଲୋକଙ୍କୁ ଛଟେଇ କରାଯାଇଛି । ମୋ ଟିମରେ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଛି । ମୋଟ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରି ଅନ୍ତର କରାଯାଇଛି । ତେବେ କମ୍ପାନୀ ସମସ୍ତ ଫ୍ରେଶର୍ସଙ୍କୁ ବିଦା କରିଥିବା ଅନ୍ୟ ଜଣେ କର୍ମଚାରୀ କହିଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ କମ୍ପାନୀ ଟେକ ଓ ଇଞ୍ଜିନିୟରିଂ ଟିମର ୩୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଥର ଅତିରିକ୍ତ ୧୫ ପ୍ରତିଶତଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଭାବେ କିଛି ମାସ ମଧ୍ୟରେ ମୋଟ ୪୫ ପ୍ରତିଶତ କର୍ମଚାରୀଙ୍କ ଚାକିରି ଚାଲିଯାଇଛି ।

Get real time updates directly on you device, subscribe now.