fbpx
BJD
BJD SKY
BJD SKY

ଏବେ ଟେଲିକମ ସେକ୍ଟରରେ ପାଦ ଦେବ ଅଦାନୀ ଗ୍ରୁପ ! ଜିଓ ଏବଂ ଏୟାରଟେଲ୍ ସହ ହେବ ସିଧା ମୁକାବିଲା

ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ ଧନୀ ଗୌତମ ଅଦାନୀ ଏବେ ଟେଲିକମ ସେକ୍ଟରରେ ପାଦ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଟେଲିକମ ସେକ୍ଟରରେ ପ୍ରାଧ୍ୟାନ୍ୟ ବିସ୍ତାର ପାଇଁ ଅଦାନୀଙ୍କ କମ୍ପାନୀ ନୂତନ ଯୋଜନା ଉପରେ କାମ କରୁଛନ୍ତି। ଖବର ଅନୁଯାୟୀ, ଗୌତମ ଅଦାନୀ ଗ୍ରୁପ ଚଳିତ ମାସ ଶେଷ ଆଡକୁ ହେବାକୁ ଥିବା ଆଗାମୀ ୫ଜି ସ୍ପେକ୍ଟ୍ରମ ନିଲାମରେ ଭାଗ ନେବ। ଏଥିପାଇଁ କମ୍ପାନୀ ଆବେଦନ ମଧ୍ୟ କରି ସାରିଛି। ଏବେ ଅଦାନୀ ଗ୍ରୁପର ମୁକାବିଲା ସିଧାସଳଖ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଏବଂ ସୁନୀଲ ଭାରତୀ ମିତ୍ତଲଙ୍କ ଏୟାରଟେଲ୍ ସହ ହେବ।

ଜୁଲାଇ ୨୬ରେ ହେବ ନିଲାମ

୫ଜି ଟେଲିକମ ସର୍ଭିସେଜ୍ ପରି ଅଧିକ ହାଇସ୍ପିଡ ଇଣ୍ଟରନେଟ୍ ସେବା ପ୍ରଦାନ ପାଇଁ ହେବାକୁ ଥିବା ନିଲାମରେ ଅତି କମରେ ଚାରି ସଂସ୍ଥା ଆବେଦନ କରିଛନ୍ତି। ଅଦାନୀ ଗ୍ରୁପ ଜୁଲାଇ ୮ରେ ନିଜର ଆବେଦନ ଦାଖଲ କରିଛି। ଏହି ନିଲାମ ଜୁଲାଇ ୨୬ରେ ହୋଇପାରେ। ସୂତ୍ର ମୁତାବକ ଆବେଦନ କରିଥିବା ଅନ୍ୟ ତିନି କମ୍ପାନୀ ହେଉଛନ୍ତି ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ-ଆଇଡିଆ।

ଏଥିରେ ଚତୁର୍ଥ ଆବେଦକ ହେଉଛି ଅଦାନୀ ଗ୍ରୁପ। ତେବେ ଏହି ସମ୍ବନ୍ଧରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। ସବୁଠୁ ବଡ କଥା ଏ ପର‌୍ୟ୍ୟନ୍ତ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏବଂ ଅଦାନୀ ଗ୍ରୁପ ମଧ୍ୟରେ ମୁହାଁମୁହିଁ ମୁକାବିଲା ହୋଇ ନାହିଁ। କିନ୍ତୁ ୫ଜି ସ୍ପେକ୍ଟ୍ରମ ନିଲାମରେ  କଡା ଟକ୍କର ଦେଖିବାକୁ ମିଳିବ।

ଅମ୍ବାନୀଙ୍କ କାରବାର ତେଲ ଏବଂ ପେଟ୍ରୋକେମିକାଲଠୁ ନେଇ ଦୂରସଞ୍ଚାର ଏବଂ ରିଟେଲ୍ ସେକ୍ଟର  ପର୍ଯ୍ୟପ୍ତ ବ୍ୟାପି ରହିଛି। ସେପଟେ ଅଦାନୀ ବନ୍ଦରଠୁ ନେଇ କୋଇଲା, ଉର୍ଜା ବିତରଣ ଏବଂ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଉବୟଙ୍କ ହିତ ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଏବେ ଦୁହିଁଙ୍କ ମଧ୍ୟରେ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ।

Get real time updates directly on you device, subscribe now.