fbpx

ଗ୍ରୀନ୍ ଟିରେ ଲେମ୍ବୁ ମିଶାଇ ସେବନ କରନ୍ତୁ; ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରକୁ ମିଳିବ ଏହିସବୁ ଫାଇଦା

ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ଫଳରେ ଆମେ ଅନେକ ପ୍ରକାର ରୋଗର ଶିକାର ହୋଇଥାନ୍ତି । ଏଥିସହିତ ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ତେଣୁ ଶୀତ ଦିନରେ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ବ୍ୟାୟାମ୍ କରିବା ସହ ସୁଶମ ଖାଦ୍ୟମ ଧ୍ୟ ଖାଇବାକୁ ପଡିଥାଏ । ତେବେ ଆପଣ ଶୀତଦିନରେ ଗ୍ରୀନ ଟି ସହ ଲେମ୍ବୁ ମିଶାଇ ସେବନ କରିବା ଦ୍ୱାରା ଏହା ଆପଣଙ୍କୁ ଅନେକ ଫାଇଦା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଗ୍ରୀନ୍ ଟି ସହ ଲେମ୍ବୁ ମିଶାଇ ସେବନ କରିବା ଦ୍ୱାରା ଆମ ଶରୀରକୁ କେଉଁ ପ୍ରକାର ଫାଇଦା ମିଳିଥାଏ ।

ଗ୍ରୀନ୍ ଟିରେ ଲେମ୍ବୁ ମିଶାଇ ସେବନ କରିବା ଦ୍ୱାରା ମିଳିଥାଏ ଏହି ଫାଇଦା:

ଡାଇଜେଷ୍ଟିଭ୍: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ,ଗ୍ରୀନ୍ ଟି ରେ ଲେମ୍ବୁ ମିଶାଇ ସେବନ କରିବା ଦ୍ୱାରା ଏହା ଡାଇଜେଷ୍ଟିଭ ବା ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ । ଏଥିସହିତ ଏହାକୁ ସେବନ କରିବା ଦ୍ୱାରା ଶରୀରେ ଏନର୍ଜି ଲେବଲ ମଧ୍ୟ ବୃଦ୍ଧି ପାଏ । ତେଣୁ ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଏହା ଶରୀର ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ।

ଇମ୍ୟୁନିଟି( ରୋଗ ପ୍ରତିରୋଧକ ଶକ୍ତି): ପରିବର୍ତ୍ତିତ ମୌସୁମୀରେ ଯଦି ଆପଣ ପ୍ରତ୍ୟେକ ଦିନ ଗ୍ରୀନ୍ ଟି ରେ ଲେମ୍ବୁ ମିଶାଇ ସେବନ କରନ୍ତି ତେବେ ଲେମ୍ବୁରେ ଥିବା ଭିଟାମିନ୍-ସି ଇନଫ୍ଲୋମେସନକୁ ନିୟନ୍ତ୍ରଣ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଥିସହିତ ଏହା କାଶ ଥଣ୍ଡା ଆଦିରୁ ମଧ୍ୟ ମୁକ୍ତି ଦେଇଥାଏ ।

ଓଜନ ହ୍ରାସ: ଗ୍ରୀନ୍ ଟି ଏବଂ ଲେମ୍ବୁ ସେବନ କରିବା ଦ୍ୱାରା ଏହା ଓଜନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ପରଫଏକ୍ଟ ଫିଗର ମିଳିଥାଏ ।

ସ୍କିନ ସୁସ୍ଥ ରୁହେ: ବିଶେଷଜ୍ଞମାନଙ୍କ ମତରେ ଗ୍ରୀନ୍ ଟି ଏବଂ ଲେମ୍ବୁ ଉଭୟ ସ୍କିନ ପାଇଁ ବହୁତ ଗୁଣକାରୀ ହୋଇଥାନ୍ତି । ଏଥିରେ ଥିବା ମିନରାଲ୍ସ ଏବଂ ଭିଟାମିନ୍ ଚର୍ମରୁ ସୁସ୍ଥ ରଖିବା ସହ ,ସ୍କିନରେ ଥିବା କୁଞ୍ଚି ଏବଂ ଦାଗକୁ ଦୂର କରିବାରେ ସାହାଯ୍ୟ କରେ । ଏଥିସହିତ କେଶ ପାଇଁ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ । ତଣୁ ଚର୍ମ ଏବଂ କେଶକୁ ଭଲ ରଖିବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ଗ୍ରୀନ ଟି ସହ ଲେମ୍ବୁ ମିଶାଇ ସେବନ କରନ୍ତୁ ।

Get real time updates directly on you device, subscribe now.