fbpx

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ଡିସେମ୍ବର ୧୨ରେ, ପୁଣି ୫ ବର୍ଷ ଶାସନ କରିବ BJP

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଗୁଜରାଟର ଜନାଦେଶ ବିଜେପି ସପକ୍ଷରେ ଯାଇଛି । ବର୍ତ୍ତମାନ ଗଣତି ପ୍ରକ୍ରିୟ ଜାରି ରହିଥିବା ବେଳେ ଦଳ ୪୮ଟି ସିଟରେ ବିଜୟ ହାସଲ କରିବା ସହ ୧୧୧ଟି ସିଟରେ ଆଗୁଆ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ୨ଟି ସିଟରେ ଜିତିବା ସହ ୧୩ଟିରେ ଆଗୁଆ ଓ ଆମ୍ ଆଦମୀ ପାର୍ଟି (ଆପ) ଗୋଟିଏ ସିଟରେ ଜିତି ୩ଟିରେ ଆଗୁଆ ରହିଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା ୧୨ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଦ୍ୱିତୀୟ ଥର ପାଇଁ ଭୂପେନ୍ଦ୍ର ପଟେଲ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସଭାପତି ସିଆର ପାଟିଲ ଏ ବାବଦରେ ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଅଣଗୁଜରାଟ ଶକ୍ତିଙ୍କ ପରାଜୟ ଘଟିଛି । ଏପରି ବିରୋଧୀ ଦଳମାନେ ଜନତାଙ୍କୁ ନାନାପ୍ରକାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଉଦ୍ୟମ କରିଥିଲେ । ମାତ୍ର ସେମାନଙ୍କର ଚାଲ୍ ସଫଳ ହୋଇନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ପ୍ରୟାସର ଫଳ ଆଜି ଦଳକୁ ମିଳିଛି । ବିଜେପିର ଅଦ୍ଭୂତପୂର୍ବ ସଫଳତା ପରେ କହିଛନ୍ତି ଶ୍ରୀ ପାଟିଲ ।

Get real time updates directly on you device, subscribe now.