fbpx

ଭାରତର ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ଆମେରିକା ଉତ୍ତେଜନା ସୃଷ୍ଟି କରିଛି

ନୂଆଦିଲ୍ଲୀ: ଭାରତର ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ଆମେରିିକା ଏକ ସୂଚନା ଦେଇଛି । ଆମେରିକା କହିଛି ଯେ, ଧାର୍ମିକ ସ୍ୱତନ୍ତ୍ରତା ପାଇଁ ଭାରତକୁ ଏଥର ଅତ୍ୟଧିକ ଚିନ୍ତା ଜନକ ଅଚସ୍ଥାରେ ଥିବା ଦେଶ ବା ସ୍ୱତନ୍ତ୍ର ୱାଚ ଲିଷ୍ଟରେ ରଖାଯିବ ନାହିଁ । ଏହି ତାଲିକାରେ ଆମେରିକା ଚୀନ, ପାକିସ୍ତାନ ଏବଂ ମିଆଁମାର ସମେତ ୧୨ଟି ଦେଶକୁ ଏହି ତାଲିକାରେ ରଖିବା ନେଇ ଘୋଷଣା କରିଛି । ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନେଡ୍ ପ୍ରାଇସ କହିଛନ୍ତି ଯେ, ଭାରତ ଦୁନିଆର ସବୁଠାରୁ ଗଣତାନ୍ତ୍ରିକ ଦେଶ ଏବଂ ସେଠାରେ ବହୁ ଧର୍ମର ଲୋକ ଅଛନ୍ତି । ନେଡ ପ୍ରାଇସଙ୍କ ସୂଚନା ଏହି ସମୟରେ ଆସିଛି ଯେଉଁ ସମୟରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଂକେନ ଚୀନ, ପାକିସ୍ତାନ ଏବଂ ମିଆଁମାର ସମେତ ୧୨ଟି ଦେଶକୁ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ଦେଶ ସୂଚୀରେ ଅନ୍ତର୍ଭୁକ୍ତ କରିଛି । ଆମେରିକା ବିଦେଶ ବିଭାଗରେ କହିଛନ୍ତି ଯେ, କ୍ୟୁବା ଏବଂ ନିକାରଗୁଆ ଦେଶ ଏଥର ପ୍ରଥମ ଥର ଏହି କାର୍ଯ୍ୟସୂଚୀରେ ଯୋଗ ଦେଇଛନ୍ତି ।

ବ୍ଲିକେନ କହିବା ଅନୁସାରେ, ସାରା ବିଶ୍ୱରେ ସରକାର ଏବଂ ଅଣ ସରକାର ବାହିନୀ ଲୋକମାନଙ୍କୁ ସେମାନଙ୍କ ଧର୍ମ ଏବଂ ବିଶ୍ୱସକୁ ଆଧାର କରି ନିର୍ଜାତନା ଦେବା ସହ ଜେଲକୁ ପଠାଉଥିଲେ । ଆମେରିକାର ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଧର୍ମ ନାଁରେ କିଛି ଥର ଲୋକଙ୍କୁ ହତ୍ୟା ମଧ୍ୟ କରାଯାଇଛି । ବାଇଡେନଙ୍କ ମତରେ ଏହି ସୂଚୀ ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାରା ଦୁନିଆରେ ମାନବିକ ଅଧିକାରର ମୂଲ୍ୟକୁ ଧ୍ୟାନ ରଖି ବ୍ୟବସ୍ଥା କରାଯାଇଛି । ଆମେରିକା ସରକାର ଏହି ରିପୋର୍ଟ ୧୯୯୮ ମସିହାରେ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ଅଧିନିୟମରେ ଜାରି କରିଥିଲେ ।

ସୂଚନା ଅନୁଯାୟୀ, ଏହି ଅଧିନିୟମ ଅନୁସାରେ ଆମେରିକା ଦୁନିଆର ସବୁ ଦେଶର ଧାର୍ମିକ ସ୍ୱତନ୍ତ୍ରତାର ବାର୍ଷିକ ସମୀକ୍ଷା କରିବା ପାଇଁ ଏବଂ ଏହି ଆଧାରରେ ଥିବା ଚିନ୍ତା ଜନକ ସ୍ଥିତି ଯୁକ୍ତଦେଶ ତାଲିକାରେ ଜାରି ରହିଛି ।ଏହି କାର୍ଯ୍ୟସୂଚୀରେ ଭାରତକୁ ନ ରଖିବା ନେଇ ନେଡ ପ୍ରାଇସ ଉତ୍ତର ଦେଇ କହିଛନ୍ତି ଯେ, ଭାରତ ଦୁନିଆର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଏବଂ ସେଠାରେ ଅନେକ ଧର୍ମର ଲୋକେ ରହୁଛନ୍ତି । ତେଣୁ ଆମର ବୈଶୟିକ ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟରେ ଭାରତକୁ ନେଇ କିଛି ଅଶୁବିଧା ରହିଛି । ମଙ୍ଗଳବାର ଦିନ ପ୍ରେସ କନଫରେନ୍ସରେ ପ୍ରାଇସ କହିଛନ୍ତି ଯେ, ଏହି କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ ଦେଶ ସହିତ ଭାରତ ଉପରେ ମଧ୍ୟ ଆମର ନଜର ରହିବ । ସେ କହିଛନ୍ତି ଯେ, ବାଇଡେନ ସରକାର ଭାରତରେ ଧାର୍ମିକ ସ୍ୱତନ୍ତ୍ରତା ସୁନିଶ୍ଚିତତା କରିବା ପାଇଁ ଭାରତ ସରକାରଙ୍କୁ ଏହା ପ୍ରୋତ୍ସାହିତ କରିବ । ଭାରତ ସମ୍ବିଧାନ ଅନୁସାରେ ଏଠାରେ ଲୋକଙ୍କୁ ଧାର୍ମିକ ସ୍ୱତନ୍ତ୍ରତା ଏବଂ ମାନବିକ ଅଧିକାରର ସୁରକ୍ଷା ଦିଆଯାଇଥାଏ ।

ଜୁନ ୨୦୨୨ରେ ଭାରତ ସରକାର ଏଭଳି ଏକ ରିପୋର୍ଟକୁ ଅସ୍ୱୀକାର କରି କହିଥିଲେ ଯେ, ଆନ୍ତର୍ଜାତୀୟ ଭୋଟ ବ୍ୟାଙ୍କ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରେ ଭାରତକୁ ନେଇ ପକ୍ଷପାତିତା କରାଯାଇଛି । ଭାରତ ବିରୁଦ୍ଧରେ ପ୍ରେରଣା ଦାୟକ ଇନପୁଟ ମଧ୍ୟ ରହିଛି । କିନ୍ତୁ ସବୁପରେ ଭାରତ କହିଛି ଯେ, ଆମ ସମ୍ବିଧାନରେ ଧାର୍ମିକ ସ୍ୱତନ୍ତ୍ରତାକୁ ଅଧିକାର ଦିଆଯାଇଛି ଏବଂ ତାହା ରହିବ ମଧ୍ୟ ।

Get real time updates directly on you device, subscribe now.