fbpx

ଭାରତରେ ଦେଖାଦେବ ଅସହ୍ୟ ତାତି! ସୃଷ୍ଟି ହେବ ବନ୍ୟା, ବାତ୍ୟା ବିପର୍ଯ୍ୟୟ, ହ୍ରାସ ପାଇବ ଉତ୍ପାଦନ, ଚାକିରି ହରାଇବେ ୩ କୋଟି, ସତର୍କ କଲା ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ତେବେ ଏହାର ଭୟଙ୍କର ପରିଣତି ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ପୂର୍ବରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ତେବେ ଜଳବାୟୁ ପରିବର୍ତ୍ତନ ଓ ଭୀଷଣ ଗ୍ରୀଷ୍ମତାପ ଭାରତ ପାଇଁ ଅନେକ ସମସ୍ୟା ଡାକି ଆଣିବ । ପୂର୍ବରୁ ଏଭଳି ପ୍ରକୋପ ପାଇଁ ଦେଶରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଆଗକୁ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିପାରେ । ଏନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ନିକଟରେ ‘କ୍ଲାଇମେଟ ଇନଭେଷ୍ଟମେଣ୍ଟ ଅପରଚ୍ୟୁନିଟି ଇନ୍ ଇଣ୍ଡିଆଜ୍ କୁଲିଂ ସେକ୍ଟର’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଛି । ବିଶ୍ୱବ୍ୟାଙ୍କ ଓ ଭାରତ ସରକାରଙ୍କ ସହଭାଗିତାରେ ଏ ବାବଦରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ରିପୋର୍ଟ ମୁତାବକ, ଗତ ଏପ୍ରିଲ ମାସରେ ଭାରତରେ ହଠାତ୍ ତାପମାତ୍ରା ବଢ଼ିଯାଇଥିଲା । ଏପରିକି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଟପିଯାଇଥିଲା । ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଅôଧକ ସମୟ ପର୍ଯ୍ୟନ୍ତ ଏହା କାଏମ୍ ରହୁଥିବା ଦେଖାଯାଉଛି ।

ତେବେ ଯଦି ଅଙ୍ଗାରକାମ୍ଲ ନିର୍ଗମନ ସ୍ତର ନକମେ, ତେବେ ସାରା ଦେଶରେ ୨୦୩୬ରୁ ୨୦୬୫ ମଧ୍ୟରେ ଭୀଷଣ ତାତି ବଢ଼ିବାର ସମ୍ଭାବନା ରହିଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଦେଶରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି । ଦେଶର ୭୫ ପ୍ରତିଶତ ଶମଶକ୍ତି ଅତ୍ୟଧିକ ଉତ୍ତପ୍ତ ଜଳବାୟୁରେ କାମ କରିଥାନ୍ତି । ତେବେ ଆଗକୁ ଉତ୍ତାପ ବଢ଼ିଲେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩୮ ଲୋକ ପ୍ରଭାବିତ ହୋଇ ପାରନ୍ତି । ଏପରିକି ୨୦୩୦ ସୁଦ୍ଧା ଦେଶରେ ପାଖାପାଖି ୩.୪ କୋଟି ଲୋକ ଚାକିରି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ଦେଶର ମୋଟ ଜିଡିପିର ୪.୫ ପ୍ରତିଶତ ଏହା ଦ୍ୱାରା ପ୍ରଭାବିତ ହୋଇପାରେ । ଏଥିସହିତ ଦେଶରେ ନିୟମିତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.