fbpx

ଭିଜିଲାନ୍ସ ଜାଲରେ GST ଅତିିରିକ୍ତ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର । ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ହୋଇଛି । ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକାକାଳୀନ ରେଡ୍ ହୋଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।

ସେହିପରି ନିକଟରେ ଭିଜିଲାନ୍ସ ଜାଲରେ ଫସିଥିଲେ କ୍ରୀଡ଼ା ଶିକ୍ଷକ । ବ୍ରହ୍ମପୁର ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଦନାର୍ଦ୍ଦନ ସାହୁଙ୍କ ଘରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଏହି ଚଢ଼ାଉ । ବ୍ରହ୍ମପୁର ସ୍ଥିତ ପ୍ରେତୃକ ଘର, ସ୍କୁଲ ସହ ଦନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ରେଡ୍ ହୋଇଥିଲା ।

Get real time updates directly on you device, subscribe now.