fbpx

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନଲାଭ କରିଲେ ଶାହା

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଛନ୍ତି । ଏହାପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଲାଭ କରିଛନ୍ତି ଶାହା । ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ କରିଛନ୍ତି ଶାହା । ଏହାପରେ ବିଜେପି ନେତା ସମୀର ମହାନ୍ତି ବାସଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଜଳପାନ କରିବାର ଯୋଜନା ରହିଛି ଏହାପରେ  ପ୍ରସାଦ ସେବନ କରିବେ ବୋଲି ସୂଚନା ରହିଛି ।ତେବେ ଏହାପୂର୍ବରୁ ଦୁଇଥର ଶାହା ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ୨୦୧୫ରେ ଏବଂ ୨୦୧୭ରେ ଶାହାଙ୍କ ଓଡିଶାଗସ୍ତ ସମୟରେ ସେ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ।  ଦର୍ଶନ ସାରି ଶାହା ବର୍ତ୍ତମାନ ମନ୍ଦିର ପରିସର ପରିକ୍ରମା କରୁଛନ୍ତି । ଏହାପରେ ସେ ମନ୍ଦରରୁ ବାହାରି ସମୀର ମହାନ୍ତିଙ୍କ ବାସଭବନ କୁ ଯିବେ ।

 

ଏହାପରେ କଟକରେ ଅମୃତ ମହୋତ୍ସବ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ ।

 

 

Get real time updates directly on you device, subscribe now.