fbpx

ଆମେରିକା ଆପଲ୍ ଏବଂ ଆଖରୋଟ୍ ଉପରେ ଅତିରିକ୍ତ କର ପ୍ରତ୍ୟାହାର କଲେ କେନ୍ଦ୍ର ସରକାର, ଭାରତୀୟ ଚାଷୀଙ୍କ ଉପରେ ପ୍ରଭାବ ପଡ଼ିବା ଆଶଙ୍କା

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ଆମେରିକା ଆପଲ୍ ଏବଂ ଆଖରୋଟ୍ ଆମଦାନୀ ଉପରେ ଅତିରିକ୍ତ କର ପ୍ରତ୍ୟାହାର କରିଛନ୍ତି । ଯାହାକୁ ଭାରତର କାଶ୍ମୀର ଚାଷୀମାନେ ଜୋରଦାର ବିରୋଧ କରିଛନ୍ତି । ଏଠାରେ ଚାଷୀ ଏବଂ ରାଜନୈତିକ ଦଳମାନେ କେନ୍ଦ୍ର ସରକାରଙ୍କ ତାଙ୍କର ନିଷ୍ପତି ଉପରେ ଅଉ ଥରେ ବିଚାର କରିବାକୁ ଅପିଲ୍ କରିଛନ୍ତି । ସେପ୍ଟେମ୍ବର ୫ ତାରିଖରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପୁର୍ବରୁ ସରକାର ଆମେରିକାର ପ୍ରାୟ ଅଧ ଡଜନ ଖାଦ୍ୟ ପଦାର୍ଥ ଉପରୁ ଅତିରିକ୍ତ କର ଉଠାଇ ଦେଇଥିଲେ । ୨୦୧୯ରେ ଆମେରିକା ସରକାର ଭାରତୀୟ ଷ୍ଟିଲ୍ ଦ୍ରବ୍ୟ ଉପରେ ଅତିରିକ୍ତ କର ଲାଗୁ କରିବାରୁ ଏଥିରେ ପ୍ରତିକ୍ରିୟାଶୀଳ ହୋଇ କେନ୍ଦ୍ର ସରକାର ଏହି କର ଲାଗୁ କରିଥିଲେ ।

ବର୍ତ୍ତମାନ କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଭାରତରେ କୃଷି କାର୍ଯ୍ୟ ଉପରେ ପ୍ରଭାବ ପକାଇବ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି କହିଛନ୍ତି ଯେ ଏହି ନିଷ୍ପତ୍ତି ସ୍ଥାନୀୟ କୃଷକମାନଙ୍କ ଉପରେ ଘାତକ ପ୍ରଭାବ ପକାଇବ । ଆଶା କରୁଛି କେନ୍ଦ୍ର ସରକାର ଏହି ନିଷ୍ପତି ଉପରେ ପୁନର୍ବିଚାର କରିବେ ।

https://x.com/ANI/status/1701522311378284885?s=20

Get real time updates directly on you device, subscribe now.