fbpx

(Video) ଲାଞ୍ଚ ନେଇ ଅତିରିକ୍ତ ଥାନା ଅଧିକାରୀ ଗିରଫ: ବିଳମ୍ବିତ ରାତିରେ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ

ନବରଙ୍ଗପୁର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଫସିଲେ ଅତିରିକ୍ତ ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଗିରଫ ହୋଇଛନ୍ତି । ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ନଳିନୀ କାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଅଧିକାରୀ ।

ତେବେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱ ରେ ମାଲକାନଗିରି ଭିଜିଲାନ୍ସ ବିଭାଗ ର ମିଳିତ ଭାବରେ ନଳିନୀ କାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଉମରକୋଟ ଥାନା ଠାରୁ ଅଳ୍ପ କିଛି ଦୂର ସ୍ଥାନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ କାବୁ କରିଥିଲେ । ଠିକ ଏହି ସମୟରେ ଭିଜିଲାନ୍ସ କୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି.ଏସ.ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ । ଏହି ଟିମ୍ ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗ ର ୧୪ ଜଣ ଅଧିକାରୀ ସାମିଲ ରହିଥିଲେ ।

ପ୍ରଧାନଙ୍କ ସରକାରୀ ବାସ ଭାବନକୁ ଯାଞ୍ଚ କରାଯାଇଥିଲା ଏହି ସମୟରେ ୨୩,୦୦୦ /- (ତେଇସି ହଜାର ଟଙ୍କା) ନଗଦ ମିଳିଥିଲା। ସମସ୍ତ ଆସବା ରାତି ୧୧ଟା ସମୟରେ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆ ଯାଇଛି ତଦନ୍ତ ସରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତୀଗୁଡ଼ା ଥାନାକୁ ବଦଳି ହୋଇଥିଲା ।

Get real time updates directly on you device, subscribe now.