fbpx
BSKY SKY
BSKY SKY

କାଳିଆ ଦର୍ଶନ ସାରି ଫେରିବା ବାଟରେ ଅଘଟଣ : ୬ ଆହାତ,୩ ଗୁରୁତର

BSKY

ସୋର: ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଲା ଅଘଟଣ। ୧୬ ନମ୍ବର ଜାତୀୟ ରାଜପଥ ଠାରେ ଘଟିଛି ଏହି ମର୍ମନ୍ତୁତ ସଡକ ଦୁର୍ଘଟଣା। ଏକ ସ୍କର୍ପିଓକୁ ପଛପଟୁ ଟ୍ରକ ଧକ୍କା ଦେଇଛିା କାର୍ରେ ଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣ ଆହାତ ହୋଇଥିବା ବେଳେ ୩ ଗୁରୁତର ଅବସ୍ଥାରେ ଅଛନ୍ତିା ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ କାଳୀପୁର ପ୍ରତାପପୁର ଗ୍ରାମର ୯ ଜଣ ଯୁବକ ମହାବାହୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଛଅପୋଲିଆ ଠାରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା। ଏକ ସ୍କର୍ପିଓ ପଛରୁ ଟ୍ରକ ଧକ୍କା ଦେବାରୁ ଏପରି ଦୁର୍ଘଟଣା ଘଟିଛି। ଫଳରେ ସ୍କର୍ପିଓରେ ଥିବା ୯ଜଣଙ୍କ ମଧ୍ୟରୁ ୬ ଜଣ ଆହାତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି।

ତେବେ ଆହାତ ହୋଇଥିବା ସମସ୍ତ ୬ ଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ତା ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.