fbpx

ବିଜେଡ଼ିରେ ସାମିଲ ହେଲେ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମଙ୍ଗଳବାର ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ଜଣ ବ୍ଲକ୍ ଚେୟାରମ୍ୟାନ୍‌, ୪୦ ଜଣ ସରପଞ୍ଚ ଏବଂ ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡ଼ି ସାଂସଦ ମାନସ ମଙ୍ଗରାଜ ଅଧିରାଜଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ଜଣାଶୁଣା  । ୨୦୧୯ ନିର୍ବାଚନରେଏହି ଆସନରୁ  ବିଜେଡି ନେତା ଲମ୍ବୋଧର ନିଆଳଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅଧିରାଜ ପାଣିଗ୍ରାହୀ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇ ବିଜେଡିରେ ସାମିଲ ହେବା ପରେ, ତାଙ୍କୁ ବିଜେଡି ଟିକେଟ୍ ମିଳିବା ପକ୍କା ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସର ଜଣେ ବିଧାୟକ ଦଳ ଛାଡି ବିଜେଡିରେ ସାମିଲ ହେବା ଓଡିଶା କଂଗ୍ରେସ ନେତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Get real time updates directly on you device, subscribe now.