‘ଆଦିପୁରୁଷ’କୁ ମିଳିଲା ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ସମର୍ଥନ, ଫିଲ୍ମର ୧୦,୦୦୦ ଟିକେଟ ଦାନ କରିବେ ଅଭିଷେକ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ପ୍ରଭାସଙ୍କ ମେଗାବଜେଟ୍ ଫିଲ୍ମ ଆଦିପରୁଷ ଚଳିତ ମାସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମକୁ ନେଇ ଉଭୟ ନିର୍ମାତା ଏବଂ ପ୍ରଶଂସକ ଉତ୍ସାହିତ ଅଛନ୍ତି। ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ ‘କାର୍ତ୍ତିକେୟ ୨’ ଏବଂ ‘କାଶ୍ମୀର ଫାଇଲ’ର ନିର୍ମାତାମାନଙ୍କଠାରୁ ପ୍ରି-ରିଲିଜ୍ ଉପହାର ଗ୍ରହଣ କରିଛନ୍ତି। ପ୍ରକୃତରେ ନିର୍ମାତା ‘ଆଦିପୁରୁଷ’ର ୧୦ ହଜାର ଟିକେଟ୍ କିଣିଛନ୍ତି ଏବଂ ଶ୍ରୀ ରାମଙ୍କ ନାମରେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତନହାଜୀ ଖ୍ୟାତି ଓମ୍ ରାଉତ।

କାର୍ତ୍ତିକେୟ ୨ ନିର୍ମାତା ଅଭିଷେକ ଅଗ୍ରୱାଲ ବୁଧବାର ଘୋଷଣା କରିଛନ୍ତି ଯେ, ସେ ତାଙ୍କୁ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ୧୦,୦୦୦ ଟିକେଟ୍ ଦାନ କରିବେ। ସେ ଟ୍ୱିଟରରେ ଏ ବିଷୟରେ ଏକ ଅଫିସିଆଲ୍ ପୋଷ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ଆଦିପୁରୁଷ ସେଲିବ୍ରେଟ କରିବାର ସୁଯୋଗ ଅଛି। ଶ୍ରୀ ରାମଙ୍କ ପ୍ରତି ମୋର ଭକ୍ତି ଓ ବିଶ୍ୱାସ ଥିବାରୁ ମୁଁ ଆଦିପୁରୁଷ ପାଇଁ ଦଶ ହଜାର ଟିକେଟ୍ କିଣିବାକୁ ଏବଂ ତେଲେଙ୍ଗାନାର ସରକାରୀ ବିଦ୍ୟାଳୟ, ଅନାଥ ଆଶ୍ରମ ଏବଂ ବୃଦ୍ଧାବୃଦ୍ଧ ଘରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ଯଦି ଆପଣ ଟିକେଟ୍ ପାଇବାକୁ ଚାହୁଁଛନ୍ତି, ଦୟାକରି ନିମ୍ନରେ ଦିଆଯାଇଥିବା ଫର୍ମ ପୂରଣ କରନ୍ତୁ।

ବର୍ତ୍ତମାନ ଅଭିଷେକ ଅଗ୍ରୱାଲଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ‘ସାର୍, ଏହା ପ୍ରକୃତରେ ପ୍ରଶଂସନୀୟ ପଦକ୍ଷେପ।’ ଏଥିସହିତ ସମସ୍ତ ପ୍ରଶଂସକ ଅଭିଷେକ ଅଗ୍ରୱାଲଙ୍କୁ ମଧ୍ୟ ସମର୍ଥନ କରିଥିଲେ। ଆଦିପୁରୁଷର ନିର୍ମାତାମାନେ ଘୋଷଣା କରିଛନ୍ତି ଯେ, ସେମାନେ ପ୍ରତ୍ୟେକ ଥିଏଟରରେ ହନୁମାନଙ୍କ ପାଇଁ ଏକ ସିଟ୍ ଖାଲି ରଖିବେ।

 

Get real time updates directly on you device, subscribe now.